କନ୍ଧମାଳ ଘଟଣାର ଆଜିଠୁ ଏସ୍ଆଇଟି ତଦନ୍ତ : ଡିଜିପିଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ୬ ଜଣିଆ ଟିମ୍

20

କନ୍ଧମାଳ : କନ୍ଧମାଳ ଘଟଣାର ଆଜିଠୁ ଆରମ୍ଭ ହେବ ଏସଆଇଟି ତଦନ୍ତ । ଏଥିପାଇଁ ଡିଜିପିଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ଗଠିତ ହୋଇଛି । ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରାଯିବ । ଟିମରେ ଅଛନ୍ତି ଏଚ୍ଆରପିସି ଆଇଓ ଗୁରୁଦାସ କୁଣ୍ଡୁ, ରାମଚନ୍ଦ ଗୌଡ, ଏ.ପଟ୍ଟନାୟକ, ନିରୁପମା ସେଠୀ ଓ ବିଜୟ ବଳ । ଏହାର ନେତୃତ୍ୱ ନେଇଛନ୍ତି ଏଡିଜି ମହେନ୍ଦ୍ର ପ୍ରତାପ । ସେହିପରି ଏନସିଏସସି ଅଧ୍ୟକ୍ଷ ପିଏଲ ପୁନିଆ ମଧ୍ୟ ଆଜି କନ୍ଧମାଳ ଯିବେ।