୨୦୦୮ କନ୍ଧମାଳ ଦଙ୍ଗା ଘଟଣା : ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

50

କନକ ବ୍ୟୁରୋ : କନ୍ଧମାଳ ଦଙ୍ଗା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ୨୦୦୮ କନ୍ଧମାଳ ଦଙ୍ଗା ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆର୍କବିସଫ ରାଫେଲ ଚିନାଥଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଜଷ୍ଟିସ ଟି.ଏସ. ଠାକୁର ଓ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ୨୦୦୮ ଅଗଷ୍ଟ ୨୩ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳ ଜିଲ୍ଲାରେ ଅଶାନ୍ତି ସୃଷ୍ଟି ହୋଇଥିଲା ଏବଂ ଦଙ୍ଗା ପରିସ୍ଥିତି ଫଳରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ମଧ୍ୟ ହୋଇଥିଲା ।