କନ୍ଧମାଳ କୁମାରୀ ମାତୃତ୍ୱ ଘଟଣାରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ : ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ନିଲମ୍ବନ କଲେ ରାଜ୍ୟ ସରକାର

198

କନକ ବ୍ୟୁରୋ : କନ୍ଧମାଳ କୁମାରୀ ମାତୃତ୍ୱ ଘଟଣାରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ କରିବାକୁ ଗତକାଲି ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ଜିଲ୍ଲାପାଳ । ଏହି ଘଟଣାରେ ଗତକାଲି ୩ଜଣଙ୍କୁ ନିଲମ୍ବନ ଓ ୬ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ ଜିଲ୍ଳାପାଳ ।

ଦାରିଙ୍ଗିବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେବା ଖବର ପ୍ରଚାର ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସେପଟେ ପୀଡିତାଙ୍କ ବୟାନ ଆଧାରରେ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ୍ । ପୁଲିସ ସୂଚନା ଅନୁସାରେ ନାବାଳିକା ଜଣକ ୭ ମାସ ତଳେ ଗାଁକୁ ଯାଇଥିଲେ । ସେହି ସମୟରେ ଛାତ୍ରୀଙ୍କୁ ଗାଁ ଚର୍ଚ୍ଚ ନିକଟରେ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନ ଦୁଷ୍କର୍ମ କରିଥିଲେ । ଆଉ ଏସଂପର୍କରେ କାହାକୁ ନକହିବାକୁ ଅଭିଯୁକ୍ତ ଧମକ ଦେଇଥିବା କନ୍ଧମାଳ ଏସପି ଗଣମାଧ୍ୟମ ଆଗରେ କହିଥିଲେ । ପୀଡିତା ଓ ଶିଶୁକନ୍ୟାକୁ ବାଲିଗୁଡା ପରେ ଏବେ ବ୍ରହ୍ମପୁର ମେଡିକାଲରେ ରଖାଯାଇଛି ।