କନ୍ଧମାଳ ଦଙ୍ଗାରେ ଖଲାସ୍ ଅପରାଧୀଙ୍କ ଫାଇଲ୍ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

40

କନକ ବ୍ୟୁରୋ : ୮ ବର୍ଷ ପରେ ପୁଣି କନ୍ଧମାଳ ଦଙ୍ଗାକୁ ନେଇ ଚର୍ଚ୍ଚା । ଆସିଲା ଉଚ୍ଚତମ ନ୍ୟାୟାଳୟର ଚୂଡାନ୍ତ ରାୟ । କିନ୍ତୁ ଏହି ରାୟ ରାଜ୍ୟ ସରକାରଙ୍କ ପୁରା ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରିଛି । କୋର୍ଟ ସନ୍ଦେହ କରିଛନ୍ତି, ତଦନ୍ତ ଠିକ୍ ଭାବେ ହୋଇଛି କି ନାହିଁ । ଦଂଗାରେ ଖଲାସ ଅପରାଧୀଙ୍କ ଫାଇଲ୍ ପୁଣି ଖୋଲିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ । ଏଥି ସହ ବହୁସଂଖ୍ୟାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ ନହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । କନ୍ଧମାଳ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନକୁ କାଠଗଡାକୁ ଟାଣି ଆଣିଛି । ଦେଖନ୍ତୁ ଆଉ କଣ କହିଛନ୍ତି ସୁପ୍ରିମକୋର୍ଟ।