କନ୍ଧମାଳ ପୋଲିସ ଏନକାଉଂଟରକୁ ବିରୋଧ : ଆଜି କନ୍ଧମାଳ, ରାୟଗଡା ବନ୍ଦ ଡାକରା

26

କନ୍ଧମାଳ : ଗୁମୁଡୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିରୀହ ଆଦିବାସୀଙ୍କ ମୃତ୍ୟୁର ପ୍ରତିବାଦ । ଆଜି କନ୍ଧମାଳ ଓ ରାୟଗଡା ବନ୍ଦ ଡାକରା ଦେଇଛି ବାଶଧାରା-ନାଗାବଳୀ-ଘୁମୁସର ମାଓ ଡିଭିଜନ । ବନ୍ଦ ଡାକରାକୁ ସଫଳ କରିବାକୁ ମାଓସଂଗଠନ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି । ରାୟଗଡା ଜିଲ୍ଲାର ଶିଖରପାଇ ବସଷ୍ଟାଣ୍ଡ, ଲକ୍ଷ୍ମୀନଗର, କଲ୍ୟାଣସିଂହପୁର ଶିବ ମନ୍ଦିର, କାଳିସୁନ୍ଦରୀ ଛକ, ମୁନିଗୁଡା ମୁନିଖୋଲ ଅଂଚଳରେ ଲାଗିଛି ମାଓ ପୋଷ୍ଟର । ଏଥିରେ ନିରୀହ ଆଦିବାସୀଙ୍କ ହତ୍ୟାକୁ ବିରୋଧ କରାଯିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି ।