କନ୍ଧମାଳରେ କଳଙ୍କ : ଘର ନିକଟରୁ ଉଠାଇ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

14

କନ୍ଧମାଳ : କନ୍ଧମାଳରେ କଳଙ୍କ, ନାବାଳିକାଙ୍କୁ ଗଣଦୁଷ୍କର୍ମ । ଘର ନିକଟରୁ ଉଠାଇ ନେଇ ଜଙ୍ଗଲରେ ବଳାତ୍କାର । ୧୭ ଦିନ ତଳେ ଏହି ଅଘଟଣ ଘଟିଥିବାବେଳେ ମାମଲାର ଭିତିରିଆ ତଦନ୍ତ ଚଳାଇଥିଲା ପୁଲିସ ।

ବର୍ବରତାର ସୀମା ଲଂଘିଥିବା ତିନି ଅଭିଯୁକ୍ତଙ୍କ ଚେହେରା ଓ ପୁରା ଅପରାଧ କାହାଣୀ ସାମ୍ନାକୁ ଆସିଛି । ଏହି ବିଭତ୍ସ କାଣ୍ଡ ଘଟାଇଥିବା ଅପରାଧୀଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୁଲିସ । ଏଥିସହ ଅପରାଧରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି ।

ଗିରଫ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଡିସେମ୍ବର ୨୨ ତାରିଖରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ନିଜ ଘର ଆଗରେ ଠିଆ ହୋଇଥିବାବେଳେ ୨ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ତାଙ୍କୁ ଉଠାଇ ନେଇଥିଲେ ।

କିଛିବାଟ ଗଲାପରେ ଏକ କାରରେ ବସାଇ ଗାଁଠାରୁ ୮ କିଲୋମିଟର ଦୂର ଉଗାମୁଣ୍ଡା ନିକଟ ଜଙ୍ଗଲରେ ନେଇ ଅତି ନୃଶଂସ ଭାବେ ଗଣ ବଳାତ୍କାର  କରିଥିଲେ । ଏପରିକି ମାରଧର କରିବା ଫଳରେ ନାବାଳିକା ଜଣକ ଅଚେତ ହୋଇପଡିବାରୁ ତାଙ୍କୁ ରାସ୍ତା କଙ୍ଗରେ ଫିଙ୍ଗି ଚାଲିଯାଇଥିଲେ ।

ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ନାବାଳିକାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ହସ୍ପିଟାଲ ଆଣିଥିଲେ । ମାମଲା ଥାନାରେ ପହଂଚିବା ପରେ ଗୋପନରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :