କନ୍ଧମାଳରେ ଲୋମହର୍ଷଣକାରୀ ଘଟଣା ! ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ ଦୁଇ ଜଣ ଯୁବକ

313

କନକ ବ୍ୟୁରୋ : ଗତ ୧୫ ଦିନ ହେଲା ନାବାଳିକା ଦୁଷ୍କର୍ମର ଦୁର୍ନାମ ମୁଣ୍ଡାଇଥିବା କନ୍ଧମାଳରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀଙ୍କୁ କାଠ ଫାଳିଆରେ ମାଡ ମାରି ହତ୍ୟା କରିବା ପରେ ଦୁଇ ଜଣ ଯୁବକ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏତିକିରେ ଦୁର୍ବୃତ୍ତ ଶାନ୍ତ ପଡିନଥିଲେ । ରାକ୍ଷସ ପାଲଟି ଯାଇଥିବା ଦୁଇ ଯୁବକ କିଛି ଦୂରରେ ରହୁଥିବା ଜଣେ ବିଧବାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଘଟଣାଟି ଗତ ୨୬ତାରିଖ ବିଳମ୍ବିତ ରାତିରେ ଘଟିଥିଲେ ମଧ୍ୟ ମୃତ ଯୁବକର ମାଆ ଥାନାରେ ଏତଲା ଦେବା ପରେ ଗତ ସନ୍ଧ୍ୟାରେ ଏହି ଘଟଣା ପଦାକୁ ଆସିଛି । ଏଭଳି ବର୍ବରକାଣ୍ଡ କନ୍ଧମାଳ ଜିଲ୍ଳା ବାଲିଗୁଡା ଅଂଚଳରେ ଘଟିଛି । ଅଭିଯୋଗ ପରେ ବାଲିଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ପୋଲିସ୍ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଥାନାଧିକାରୀ ପ୍ରଫୁଲ ବେହେରା କହିଛନ୍ତି ।

ସୂଚନା ଅନୁସାରେ ବାଲିଗୁଡାର ନୁଆସାହି ଠାରେ ଗତ ୨୬ ତାରିଖ ଦିନ ରୁଜିତ ବେହେରା ଓ ଅର୍ଜୁନ ବାଘ ବିଳମ୍ବିତ ରାତିରେ ନିକଟସ୍ଥ ଡ୍ରାପସାହିରେ ରହୁଥିବା ପଙ୍କଜ ବିନ୍ଦାଣୀ ଘରକୁ ଯାଇ ପଙ୍କଜ ସହ ଗଣ୍ତଗୋଳ କରିଥିଲେ ଓ ତାକୁ କାଠଫାଳିଆରେ ପିଟି ତାକୁ ଜୀବନରେ ମାରି ଦେଇଥିଲେ। ମାରି ଦେବାପରେ ଶବକୁ ନେଇ କିଛି ଦୂରରେ ପକାଇ ଦେଇଥିଲେ। ପରେ ପୁଣି ଘରକୁ ଆସି ମୃତ ପଙ୍କଜଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଘରେ ଶୋଇଥିବା ଛୁଆଙ୍କ ନିଦ ଭାଙ୍ଗି କାନ୍ଦିବା ପରେ ରୁଜିତ ଓ ଅଜୁର୍ନ ସେଠାରୁ ଦୌଡି ପଳାଇଥିଲେ। ଫେରିବା ବାଟରେ ପୁଣି ଜରା ନିବାସ ସାହିରେ ରହୁଥିବା ବିଧବା ମହିଳାଙ୍କ କବାଟ ଭାଙ୍ଗି ଘରେ ପଶିଥିଲେ। ଏବଂ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ।