କନ୍ଧମାଳ ଗୁଳିକାଣ୍ଡ ଘଟଣା : ଯବାନଙ୍କ ଠାରୁ ୧୫ଟି ବନ୍ଧୁକ ସିଜ୍ କଲା ଏସ୍ଆଇଟି

15

କନ୍ଧମାଳ : ଗୁମୁଡ଼ୁମାହା ଗୁଳିକାଣ୍ଡର କରାଯାଇଛି ଫରେନସିକ୍ ତଦନ୍ତ । ଭୁବନେଶ୍ୱର ରାଜ୍ୟ ଫରେନସିକ୍ ଲ୍ୟାବର ଦୁଇ ଜଣିଆ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଛାନଭିନ କରିଛନ୍ତି । ଯବାନଙ୍କ ଦ୍ୱାରା ଘଟଣା ସମୟରେ ବ୍ୟବହୃତ ୧୫ଟି ବନ୍ଧୁକ ଓ ୩୦ରୁ ଅଧିକ ଗୁଳି ଜବତ କରାଯାଇଛି । ସେହିପରି ଏସ୍ଆଇଟି ପକ୍ଷରୁ ଦୁଇ ଜଣ ପ୍ରତକ୍ଷଦର୍ଶୀଙ୍କୁ ବାଲିଗୁଡ଼ା ଏସଡିଜିଏମ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ କରାଯାଇଛି । ଏହା ପୂର୍ବରୁ ପ୍ରତ୍ୟକ୍ଷଦର୍ଶୀ ଏବଂ କିଛି ଗ୍ରାମବାସୀଙ୍କୁ ଡାକି ଟିମର ସଦସ୍ୟମାନେ ପ୍ରଥମେ ଆଲୋଚନା କରିଥିଲେ । ଏପଟେ ଜବତ ହୋଇଥିବା ବନ୍ଧୁକ ଓ ଗୁଳିକୁ କୋର୍ଟରେ ଦାଖଲ କରାଯିବ । କୋର୍ଟରେ ଜବତ ବନ୍ଧୁକ ଏବଂ ଖୋକା ଦାଖଲ ପାଇଁ ଗତକାଲି ଆବେଦନ କରାଯାଇଥିଲା । ଆଜି ଦିନ ୧୦ଟାରୁ ୧୧ଟା ଭିତରେ କୋର୍ଟରେ ଦାଖଲ କରାଯିବ । ତେବେ ଗୁଳିକାଣ୍ଡ ବେଳେ ୧୫ ଯବାନ ଥିବା ମଧ୍ୟ ସୂଚନା ମିଳିଛି ।