କନ୍ଧମାଳରେ ହାଡ ଭଙ୍ଗା ଶୀତ ! ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀରୁ ତଳେ

19

କନକ ବ୍ୟୁରୋ : କନ୍ଧମାଳରେ ଜାଡ । ପ୍ରବଳ ଶୀତଲହରୀ ଯୋଗୁଁ ଜିଲ୍ଲାରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଜିଲ୍ଲାର ଅଧିକାଂଶ ସ୍ଥାନରେ ତାପମାତ୍ରା ରହିଛି ୧୦ ଡିଗ୍ରୀରୁ ତଳେ ରହିଛି । ଜିଲ୍ଲାରେ ଶୀତର ପ୍ରକୋପ ଆହୁରି ବଢିବା ଅନୁମାନ କରାଯାଉଛି । ସକାଳେ କୁହୁଡି ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବିଶେଷକରି ସନ୍ଧ୍ୟାହେଲେ ଶୀତର ପ୍ରକୋପ ବଢିଯାଉଛି । ସେପଟେ ଶୀତର ମଜା ନେବାକୁ କନ୍ଧମାଳ ପହଂଚୁଛନ୍ତି ପର୍ଯ୍ୟଟକ ।