ଛୋଟମୋଟ ଡିଜିଟାଲ ନେଣଦେଣକୁ ବଢ଼ାଇବା ପାଇଁ ଏସବିଆଇର ଉପହାର ! ୧ହଜାର ପର୍ଯ୍ୟନ୍ତ ଆଇଏମପିଏସ୍ ନେଣଦେଣ ମାଗଣା

17

ଦେଶର ସର୍ବବୃହତ୍ତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଏସବିଆଇ ଛୋଟ ଛୋଟ ନେଣଦେଣକୁ ବଢ଼ାଇବା ପାଇଁ ପଦକ୍ଷେପ ନେଇଛି । ଏସବିଆଇ ଏହି ଉଦ୍ଦେଶ୍ୟରେ ୧ହଜାର ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ୍ ତତ୍କାଳ ସେବା ଉପରେ ଲାଗୁଥିବା ଶୁଳ୍କକୁ ଉଠାଇ ନେଇଛନ୍ତି । ଏହା ପୂର୍ବରୁ ୧ହଜାର ପର୍ଯ୍ୟନ୍ତ ଆଇଏମପିଏସ୍ ନେଣଦେଣ ଉପରେ ଦେୟ ସେବାକର ସହିତ ବ୍ୟାଙ୍କ ପ୍ରତି ନେଣଦେଣକୁ ୫ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରୁଥିଲା ।

ଆଇଏମପିଏସ ଏକ ଇଲୋକ୍ଟୋନିକ ମାଧ୍ୟମରେ ତ୍ୱରିତ ଟଙ୍କା ନେଣଦେଣ ସେବା ଅଟେ । ଏହାର ଉପଯୋଗ ମୋବାଇଲ ଫୋନ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ କରିହୋଇଥାଏ । ତେବେ ବ୍ୟାଙ୍କ କହିଛି ଯେ, ଛୋଟମୋଟ ନେଣଦେଣକୁ ବଢ଼ାଇବା ଉଦ୍ଦେଶ୍ୟରେ ସେ ୧ହଜାର ପର୍ୟ୍ୟନ୍ତ ଆଇଏମପିଏସ ନେଣଦେଣରେ ଶୁଳ୍କ ଉଠାଇନେଇଛି ।

ବସ୍ତୁ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଆର୍ଥିକ ନେଣଦେଣ ଉପରେ ୧୮% କର ବ୍ୟବସ୍ଥା କରାଯାଇଛି । ଏବେ ୧୦୦୦ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ ନେଣଦେଣ ଉପରେ କୌଣସି କର ଲଗାଯାଉନଥିବା ବେଳେ ୧ହଜାର ରୁ ୧ଲକ୍ଷ ନେଣଦେଣ ଉପରେ ୫ଟଙ୍କା ଏବଂ ୧ ଲକ୍ଷରୁ୨ ଲକ୍ଷ ନେଣଦେଣରେ ୧୫ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଏହା ପୂର୍ବରୁ ଗତ ସପ୍ତାହରେ ଏସବିଆଇ ୧ ବର୍ଷ ପାଇଁ ୧ କୋଟି ଟଙ୍କାରୁ କମ୍ ରାଶିଯୁକ୍ତ ଟଙ୍କା ଜମା ଉପରେ ସୁଧ ପ୍ରତିଶତକୁ କମ କରି ୬.୭୫% କରିଦେଇଥିଲା । ଯାହାକି ସାତ ବର୍ଷଧରି ଚାଲି ଆସୁଥିବା ବ୍ୟବସ୍ଥା ଠାରୁ କମ ଥିଲା ।