କାଲି ସମ୍ବାଦ-କନକ ନ୍ୟୁଜ ଏଗଜିଟ୍ ପୋଲ। ୧ ଲକ୍ଷରୁ ଅଧିକ ମତାମତ ଆଧାରରେ ପ୍ରସ୍ତୁତ ହୋଇଛି ରିପୋର୍ଟ । କିଏ ଗଢିବ ସରକାର,ଆସନ୍ତାକାଲି ଅପରାହ୍ମ ୫ଟାରୁ

224

କନକ ବ୍ୟୁରୋ: ୨୩ରେ ମତଗଣନା ହେବା ପୂର୍ବରୁ କାଲି ଆସିବ ଏଗଜିଟ୍ ପୋଲ୍ ରିପୋର୍ଟ । ଅର୍ଥାତ୍ ବୁଥ୍ ବାହୁଡ଼ା ମତ । ଭୋଟ ଦେବା ପରେ କ’ଣ ରହିଛି ଭୋଟରଙ୍କ ପ୍ରତିକ୍ରିୟା ସେହି ଆଧାରରେ ହେବ ଜିତିବା ହାରିବା ନେଇ ଆକଳନ । ଆଉ ଆସନ୍ତାକାଲି ସଂଧ୍ୟା ୫ଟାରୁ କନକ ନ୍ୟୁଜ୍ ପରିବେଷଣ କରିବ ରାଜ୍ୟର ସବୁଠୁ ବଡ଼ ଏଗଜିଟ୍ ପୋଲ୍ ରିପୋର୍ଟ – ସରକାର-୨୦୧୯ ।

ରାଜ୍ୟ ଇତିହାସରେ ସବୁଠୁ ବଡ଼ ଏଗଜିଟ୍ ପୋଲ୍ କରିଛି ସମ୍ବାଦ ଓ କନକ ନ୍ୟୁଜ୍ । ବୁଥ ଫେରନ୍ତା ପ୍ରାୟ ୧ ଲକ୍ଷ ଭୋଟରଙ୍କ ମତକୁ ଅଧାର କରି ଏହି ରିପାର୍ଟ ପ୍ରସ୍ତୁତ କରାଯାଇଛି । ପ୍ରଥମଥର ପାଇଁ ଆସନ ଆଧାରରେ ବୁଥ୍ ବାହୁଡା ମତ ଆସିବ । କେଉଁ ଆସନରେ କିଏ ଜିତିବ, କିଏ ପଛରେ ପଡିଯିବ ତାର ଆକଳନ କରାଯିବ । ଆଉ କେଉଁଠି କ୍ଲୋଜ୍ ଫାଇଟ୍ ହେବ ତାହା ମଧ୍ୟ ଜଣାଇବ ସମ୍ବାଦ ଓ କନକ ନ୍ୟୁଜ୍ ।