କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ! ପାଇଖାନାରେ ରହୁଥିବା ମଣିଷକୁ ଶେଷରେ ମିଳିଲା ସହାୟତା,ଦିଆଗଲା ମାସିକ ଭତ୍ତା ।

24

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବାଲେଶ୍ୱର ରେମୁଣାର ଧରିଆ ସିଂହ ପାଇଖାନା ଘରେ ରହୁଥିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଧରୁଆକୁ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଥିବା ବେଳେ ତା ସ୍ତ୍ରୀ ଚେମି ସିଂହଙ୍କୁ ମାସିକ ୫ ଶହଟଙ୍କାର ଭତା ଦିଆଯିବାକୁ ଘୋଷଣା କରାଯାଇଛି । ସୋମବାରଦିନ କନକନ୍ୟୁଜରେ ଏହି ଖବର ପ୍ରସାରଣ ହୋଇଥିଲା । ଧରିଆ ସିଂହ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ମୁଣ୍ଡ ଗୁଂଜିବାକୁ ଏକମାତ୍ର ଆଶ୍ରା ଥିଲା ପାଇଖାନା ଘର । ସ୍ୱଚ୍ଛ ଭାରତ ଅଭିଯାନକୁ ସତେ ଯେପରି ପରିହାସ କରିଥିଲା ଏହି ଦୃଶ୍ୟ ।

ଖରା ଦିନେ ଗଛ ମୂଳେ ଓ ଶୀତ ଦିନେ ପରପିଣ୍ଢାରେ ଦିନ କାଟୁଥିବା ଧରିଆ, ବର୍ଷା ଆସିବା ପରେ ପାଇଖାନା ହିଁ ପାଲଟିଥିଲା ଏକ ମାତ୍ର ଭରସା । ସେହି ଛୋଟିଆ ଘରେ ଜାକିଜୁକି ଦିନ କାଟୁଥିଲେ ସ୍ୱାମୀ-ସ୍ତ୍ରୀ । ଆଉ ଶୌଚ ପାଇଁ ପାଖ ପୋଖରୀକୁ ବ୍ୟବହାର କରୁଛନ୍ତି ଧରିଆଙ୍କ ପରିବାର । ଧରିଆଙ୍କର ଦୁଇ ଝିଅ ଓ ଦୁଇ ପୁଅର ସଂସାର ଉପରେ ଦାଉ ସାଧିଥିଲା ଦଇବ । ରୋଗ ଓ ଦୁର୍ଘଟଣାରେ ଦୁଇ ପୁଅ ଓ ଗୋଟିଏ ଝିଅ ପ୍ରାଣ ହରାଇବା ପରେ ମାନିସିକ ଭାରସ୍ୟାମ ହରାଇ ବସିଥିଲେ ପତ୍ନୀ ଚେମି । ଦୁର୍ଘଟଣା ପରେ ଦିନ ମଜୁରିଆ ଧରିଆଙ୍କର ଦୁଇ ହାତ କାମ ନକରିବାରୁ ବଦଳି ଯାଇଥିଲା ତାଙ୍କ ଜୀବନ ।