ଜିଏସଟିର ପ୍ରଭାବ ! ମହଙ୍ଗା ହେବ କ୍ରେଡ଼ିଟ୍ କାର୍ଡ ଓ ଇନସ୍ୟୁରାନ୍ସ ପ୍ରିମିୟମþ

35

ଜିଏସଟିର ଲାଗୁ ହେବା ପରେ ମହଙ୍ଗା ହେବ କ୍ରେଡ଼ିଟ୍ କାର୍ଡ ଓ ଇନସ୍ୟୁରାନ୍ସ ପ୍ରିମିୟମ । ବ୍ୟାଙ୍କ୍ ତଥା ବୀମା କମ୍ପାନୀ ଗୁଡ଼ିକ ନିଜ ଗ୍ରାହକଙ୍କୁ ୧ ଜୁଲାଇ ଠାରୁ ଜିଏସଟି ଲାଗୁ ହେବା ପରେ ଅଧିକ କର ଲାଗିବା ବିଷୟରେ ସାବଧାନ କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଗ୍ରାହକ ଏପରି ସେବା ପାଇଁ ୧୫ ପ୍ରତିଶତ ସେବା କର ଦେଉଛନ୍ତି । ୧ ଜୁଲାଇ ୨୦୧୭ରୁ ଜିଏସଟି ସେବା କର ପରୋକ୍ଷ କରକୁ ମିଶାଇ ୧୮ ପ୍ରତିଶତ ହୋଇଯିବ ।

ଏହି ଅନୁସାରେ ବିତ୍ତୀୟ ସେବା ତଥା ଦୂରସଞ୍ଚାର ପାଇଁ ୧୮ ପ୍ରତିଶତ ଜିଏସଟି ସ୍ଲାବରେ ରଖା ଯାଇଥିଲା । ଏନେଇ ଏସବିଆଇ ବ୍ୟାଙ୍କ୍ ନିଜର ଗ୍ରାହକଙ୍କୁ ଏସଏସଏମ ପଠାଇ ଜିଏସଟି ପ୍ରଭାବ ବିଷୟରେ ସାବଧାନ କରିଛି । ୧ ଜୁଲାଇରୁ ଜିଏସଟି ଲାଗୁ ହେବା ପରେ ୧୫ ପ୍ରତିଶତ ସେବା କର ୧୮ ପ୍ରତିଶତକୁ ବଢ଼ିଯିବ । ଆଇସିଆଇସିଆଇ ଲାଇଫ ଇନସ୍ୟୁରାନ୍ସ ମଧ୍ୟ ଇମେଲ ଜରିଆରେ ନିଜ ଗ୍ରାହକଙ୍କୁ ସୂଚନା ଦେଇଛି ଜିଏସଟି ଲାଗୁହେବା ପରେ ୧୮ ପ୍ରତିଶତ କର ଲାଗୁ ହୋଇଯିବ । ଯାହା ଏବେ ୧୫ ପ୍ରତିଶତ ରହିଛି ।

                                                                    ସୌଜନ୍ୟ – ଆଜତକ୍