ବାଘ ଖୋଜାରେ କଟିଲା ରାତି : ବାଲିପାଟଣାବାସୀଙ୍କ ସହ ସାମିଲ ହେଲା କନକ ନ୍ୟୁଜ୍

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟ ମୁକୁନ୍ଦଦାସପୁର ଓ ଏହାର ଆଖପାଖ ୪-୬ ଖଣ୍ଡ ଗାଁରେ ଗତ ଶନିବାର ଠାରୁ ନିଦ ନାହିଁ ଲୋକଙ୍କ ଆଖିରେ । ବାଘ ଭୟରେ ଆତଙ୍କିତ ପୂରା ଅଂଚଳବାସୀ । ଶନିବାର ବାଘ ଆକ୍ରମଣରେ ମୁକୁନ୍ଦଦାସପୁରରେ ଗୋଟିଏ ଗାଈ ଆହତ ହୋଇଥିବା ବେଳେ ମଙ୍ଗଳବାର ଦିନ ସୋମଣା ଶାସନରୁ ଗୋଟିଏ ବାଛୁରୀକୁ ନେଇଯାଇଛି ବାଘ । ରାତି ଉଜାଗର ରହି ଗ୍ରାମବାସୀଙ୍କ ବାଘ ଖୋଜା ସହ ସାମିଲ ହେଉଥିବା କନକ ନ୍ୟୁଜ ଖବର ପାଇଁ ପୁଣି ପଂହଚିଥିଲା ସୋମଣା ଶାସନରେ, ଆଉ ସାମିଲ ହୋଇଥିଲା ସେମାନଙ୍କର ଅଭିଯାନରେ । ବାଘ ଖୋଜାରେ ବାଲିପାଟଣା ଗ୍ରାମବାସୀଙ୍କ ସହ କେମିତି ସାମିଲ ହୋଇଥିଲା କନକ ନ୍ୟୁଜ୍ ଦେଖିବା ଏହି ଭିଡିଓରେ :