ଟ୍ରେନ ଭିତରେ ମଦ ଦୋକାନ ! କ୍ୟାମେରା ଧରିଲା ସାଂଘାତିକ ସତ, ପଢନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ

22

କନକ ବ୍ୟୁରୋ: ଟ୍ରେନରେ ଚାଲିଛି ମଦ ଦୋକାନ । ଟ୍ରେନ ଭିତରେ ମଦ ଉଡୁଛି । ଆଉ ଏହା ହେଉଛି ରେଳବାଇ କର୍ମଚାରୀଙ୍କ ଜାଣତରେ । ଆମେ ଆଜି ଏଭଳି କିଛି ଖବର ଜଣାଇବୁ ଯାହା ଆପଣ ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ପ୍ରକୃତରେ ଟ୍ରେନ ଭିତରେ କଣ ଚାଲିଛି ।

ଏହି ଚିତ୍ର ହେଉଛି ଏଲପି-ଧାନବାଦ ଏକ୍ସପ୍ରେସ ଟ୍ରେନର ଚିତ୍ର । କନକ କ୍ୟାମେରାରେ କଏଦ ହୋଇଛି ଏଭଳି ସାଂଘାତିକ ସତ । ଏହି ଚିତ୍ର ଦେଖି ଆପଣ ଭାବି ପାରୁଥିବେ କି କିଭଳି ଟ୍ରେନ ଭିତରେ ଚାଲିଛି ମଦର ଦୋକାନ । ସେପଟେ ଟ୍ରେନ ଗଡୁଛି ଆଉ ଏପଟେ ଟ୍ରେନ ଭିତରେ କେମିତି ମଦ ଉଡୁଛି । ବଡ କଥା ହେଲା କି, କିଭଳି ବିନା କୌଣସି ଦ୍ୱିଧାରେ ଚାଲିଛି ମଦର ଆସର । କାହାକୁ ବି ଭୟ ନାହିଁ । ଆଇନକୁ ବି ଖାତିର ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଏହି ଚିତ୍ର କେବଳ ଏଲପି-ଧାନବାଦର ନୁହେଁ ଦେଶର ପ୍ରାୟ ସମସ୍ତ ଟ୍ରେନରେ ଏହି ଚିତ୍ର ଅଳ୍ପ ଅଧିକେ ଦେଖିବାକୁ ମିଳିଛି ।