ସାଧାରଣ ନିର୍ବାଚନ ପୂର୍ବରୁ ଆସିବ ଟ୍ରେଲର ! ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ କନକ ନ୍ୟୁଜର ମହାକଭରେଜ୍

372

୨୦୧୯ ଲୋକସଭା ନିର୍ବାଚନର ସେମିଫାଇନାଲ । କାଲି ଆସିବ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ମାତ୍ର କିଛି ଘଂଟାର ସମୟ । ସମସ୍ତଙ୍କ ଛାତିରେ ଛନକା । ୫ଟି ରାଜ୍ୟରେ କିଏ ଗଢ଼ିବ ସରକାର । ସମୟ ଯେତିକି ବିତୁଛି ସେତିକି ଅଧିକ ଉତ୍କଣ୍ଠା ପ୍ରକାଶ ପାଉଛି ।

ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣତି । ଆଉ ଅପରାହ୍ନ ହେଲା ବେଳକୁ ଏକ ପ୍ରକାର ସ୍ପଷ୍ଟ ହୋଇଯିବ-କେଉଁ ରାଜ୍ୟରେ କିଏ କରିବ ସରକାର? କେଉଁ ଦଳକୁ ମିଳିବ କେତୋଟି ଆସନ । ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନ । ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଯେମିତି ଟେନ୍ସନ୍, ସାଧାରଣ ଜନତାଙ୍କ ଭିତରେ ସେତିକି ଉତ୍କଣ୍ଠା । କାରଣ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ୨୦୧୯ ସାଧାରଣ ନିର୍ବାଚନର ଦିଗ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ଫଳାଫଳ ଉପରେ ପୁରା ଦେଶବାସୀଙ୍କ ନଜର ରହିଛି ।

ତେବେ ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ହିଁ ୨୦୧୯ ଲୋକସଭା ନିର୍ବାଚନର ଅଧେ ଭାଗ୍ୟ ନିର୍ଦ୍ଧାରଣ କରିବ । ସାଧାରଣଙ୍କ ନିର୍ବାଚନ ପୂର୍ବରୁ କ’ଣ ରହିଛି ଦେଶର ମୁଡ଼ ପରଖିବ ବିଧାନସଭା ଫଳାଫଳ । ଭୋଟ୍ ଗଣତି ସହ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ । ଆଉ ନିର୍ବାଚନର ଫଳାଫଳ ଶୀଘ୍ର ଓ ସଠିକ୍ ଭାବରେ ଆପଣଙ୍କ ପାଖରେ ପହଂଚାଇବା ପାଇଁ ପ୍ରସ୍ତୁତ ରହିଛି କନକ ନ୍ୟୁଜ୍ ଟିମ । କେଉଁ ରାଜ୍ୟରେ କିଏ ଆଗୁଆ ରହିଛି, ରାଜନୀତିର ସମସ୍ତ ଖବର ରାଜ୍ୟର ଘରେ ଘରେ ପହଞ୍ଚାଇବ କନକ ନ୍ୟୁଜ୍ ଟିମ୍ ।

ରାଜ୍ୟ ବାହାରେ ନିର୍ବାଚନୀ କଭରେଜର ପରମ୍ପରା ପ୍ରଥମେ ଆରମ୍ଭ କରିଥିଲା କନକ ନ୍ୟୁଜ । ଆଉ ଏହି ପରମ୍ପରାକୁ ବଜାୟ ରଖି ଟିକିନିକି ଖବର ଦେଉଛି କନକ ନ୍ୟୁଜ୍ । ଉତ୍ତରପ୍ରଦେଶ ନିର୍ବାଚନରୁ ହିଁ କନକ ନ୍ୟୁଜ୍ ଆରମ୍ଭ କରିଥିଲା ଏହି ପରମ୍ପରା । ଆଉ ତା’ପରେ ବଜାୟ ରହିଛି ପରମ୍ପରା । ବାହାର ରାଜ୍ୟରେ ରହି ଲୋକଙ୍କୁ ଟିକିନିଖି ଖବର ଦେବାପାଇଁ ତତ୍ପର ରହିଛି ଟିମ୍ । ୪ଟି ରାଜ୍ୟକୁ ଯାଇଛି କନକ ନ୍ୟୁଜ୍ ଟିମ୍ । କିଏ ଜିତିବ , ଫଳାଫଳ କାହା ସପକ୍ଷରେ ଯିବ ତଥା କିଏ ସତ୍ତାକୁ ଆସିବ ସମସ୍ତ ଖବର ଜଣାଇବା ପାଇଁ ପ୍ରସ୍ତୁତ ଅଛନ୍ତି ଟିମ୍ ।

ଆସନ୍ତାକାଲି ଭୋଟ ଗଣତି ହେବାକୁ ଥିବା ବେଳେ ରାଜସ୍ଥାନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ପରବର୍ତନ ହେଉଥିବାକୁ ଏଥର ବି କ୍ଷମତା ବଦଳିବ ବୋଲି ଆକଳନ କରାଯାଇଛି । ସବୁ ଏକଜିଟ ପୋଲ ବି ରାଜସ୍ଥାନରେ ପଟ୍ଟ ପରିବର୍ତନ ହେବ ବୋଲି ଅନୁମାନ କରିଛନ୍ତି । ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଲଗାତାର ଦ୍ୱିତୀୟଥର ଲାଗି କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ କରିଛି ।

ରାଜସ୍ଥାନର ରାଜନୀତି କଡ଼ ଲେଉଟାଇବ କି ? ଅପଡେଟ୍ ଦେବେ କନକ ନ୍ୟୁଜ ପ୍ରତିନିଧି ଭାବନୀ ପ୍ରସାଦ ଦାସ ।

ମଧ୍ୟପ୍ରଦେଶରେ ବି କାଲି ଭୋଟଗଣତି ହେବ । ଏଥର ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଶିବରାଜ ସିଂହ ଚୌହ୍ୱାନ ଲଗାତାର ଚୁତର୍ଥ ଥର ପାଇଁ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏକଜିଟ ପୋଲରେ କଂଗ୍ରେସଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ଅନ୍ୟପଟେ ଏକଜିଟ ପୋଲ ରିପୋର୍ଟକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । କହିଛନ୍ତି ରାଜ୍ୟର ସେ ସବୁଠାରୁ ବଡ ପର୍ଯ୍ୟବେକ୍ଷକ । ଲୋକଙ୍କ ସହ ସବୁ ବେଳେ ସଂପର୍କରେ୍ ଥିବାରୁ ଜନତା ବିଜେପି ଭୋଟ ଦେଇଛନ୍ତି ଓ ବିଜେପି ବହୁମତ ହାସଲ କରିବ ବୋଲି କହିଛନ୍ତି ଶିବରାଜ । ଅନ୍ୟପଟେ କଂଗ୍ରେସ ବାଜିମାତ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି କଂଗ୍ରେସ ନେତା କମଲ ନାଥ ।

ମଧ୍ୟପ୍ରଦେଶରେ ଚାଲିବ କାହା ମ୍ୟାଜିକ, ତୟାର ଅଛନ୍ତି ଜ୍ୟୋତି ପ୍ରକାଶ ଦାସ . . .

ସେପଟେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ବି କାଲିର ଭୋଟଗଣତି ପାଇଁ ମାହୋଲ ସରଗରମ ରହିଛି । ଏଠାରେ କେ.ଚନ୍ଦ୍ରଶେର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ୀୟ ସମିତି, ଟିଆରଏସ ର ମୁକାବିଲା କଂଗ୍ରେସ ନେତୃତ୍ୱାଧୀନ ମେଂଟ ସହ ହେଉଛି । ଏହି ମେଂଟରେ ତେଲୁଗୁଦେଶମ ପାର୍ଟି ଓ ଅନ୍ୟ ଛୋଟ ଦଳ ସାମିଲ ହୋଇଛନ୍ତି । ବିିଭିନ୍ନ ଏକଜିଟ ପୋଲରେ ଟିଏସଆସ ବହୁମତ ପାଇବ ବୋଲି ଅନୁମାନ କରାଯାଉଥିଲେ ବି ରାଜ୍ୟରେ ଶାସକ ଦଳକୁ କଡା ଟକ୍କର ଦେଉଛି କଂଗ୍ରେସ-ତେଲୁଗୁଦେଶମ ମେଂଟ ।

ତେଲେଙ୍ଗାନାରେ ରାଜନୀତିର ପାରଦ କେତେ ତାତିବ, ମୌସୁମୀ ମହାନ୍ତି କହିବେ ଗଣତିର ସବୁ ଖବର

ତିଶଗଡ ନିର୍ବାଚଳ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ରମଣ ସିଂହ ନେତୃତ୍ୱଧୀନ ବିଜେପି ସରକାର ୨୦୦୩ ମସିହାରୁ କ୍ଷମତାରେ ରହିଛି । ୨୦୧୩ ନିର୍ବାଚନରେ ବିଜେପି ଏଠାରେ କମ ଭୋଟ ବ୍ୟବଧାନରେ ଜିତିଥିଲା । ତେଣୁୁ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ତୃତୀୟ ମେଂଟ ଭାବେ ଉଭା ହୋଇଛନ୍ତି ଅଜିତ ଯୋଗୀ । ଛତିଶଗଡରେ କାଲି ଭୋଟଗଣତି ହେବ । ଆଉ ଏହାର ଅପଡେଟ୍ ଦେବା ପାଇଁ କନକ ନ୍ୟୁଜ ଟିମ ରାୟପୁରରେ ପ୍ରସ୍ତୁତ ହୋଇ ରହିଛି ।

ଛତିଶଗଡ଼ରେ କଂଗ୍ରେସ ଛାତିରେ ଛନକା ପଶିବ କି , ନାଁ ସରିଯିବ ରମଣଙ୍କ ରାଜୁତି । ରାୟପୁରରୁ ଦମ ଦେଖାଇବେ ଦେବବ୍ରତ ସାନା

ସେପଟେ ମିଜୋରାମ ଫଳାଫଲ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ହେଲ ଏକଜିଟ ପୋଲ କହୁଛି ଏଥର କଂଗ୍ରେସ କୁ ଝଟକା ମିଳିପାରେ । ମିଜୋରାମରେ ଏମଏନଏଫ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଇଛି । ହେଲେ ଆସନ୍ତାକାଲି ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ମିଜୋରାମରେ କିଏ ସରକାର ଗଢିବ ।