ଗଣତନ୍ତ୍ରରେ ଏଭଳି ଚିତ୍ର କମ ଦେଖିବାକୁ ମିଳେ ! ଶିବରାଜଙ୍କ ହାତ ଧରିଲେ କମଲନାଥ, ଏହା ପଛରେ ରହିଛି କି ରାହୁଲଙ୍କ ହାତ ?

609

ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କମଲନାଥ । ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଆଜି ୨.୩୦ ମିନିଟ୍ ସମୟରେ କମଲନାଥଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସମେତ ଅନ୍ୟ ୧୧ଟି ଦଳର ନେତାମାନେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ, ମଧ୍ୟପ୍ରଦେଶର ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବାବୁଲାଲ୍ ଗୌର, ଦିଗବିଜୟ ସିଂହ ଏବଂ କୈଲାଶ ଜୋଶୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଥିଲେ । 

କମଲନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଞ୍ଚ ଉପରକୁ ଆସିବା ପରେ କମଲନାଥ, ନେତାମାନଙ୍କୁ ଏବଂ ଲୋକମାନଙ୍କୁ ଅଭିବାଦନ କରିବା ସର ନିଜ ପରିବାର ପାଖରେ ଯାଇ ବସିଥିଲେ । ତେବେ ମଞ୍ଚର ଅନ୍ୟ ପାଖରେ ବସିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କମଲନାଥଙ୍କୁ ପାଖକୁ ଡାକିବା ସହ ତାଙ୍କ କାନରେ କିଛି କହୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାହୁଲଙ୍କ ସହ କଥା ହୋଇସାରିବା ପରେ କମଲନାଥ ଅନ୍ୟ କୌଣସି ନେତାମାନଙ୍କୁ ସାକ୍ଷାତ କରିବା ପୂର୍ବରୁ ସିଧା ଯାଇ ପହଞ୍ଚିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଖରେ । ଆଉ ଏହାରି ଭିତରେ ସେଠାରେ ପହଞ୍ଚିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ! କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମିଶି ଶିବରାଜଙ୍କ ହାତକୁ ଉପରକୁ ଟେକିବା ସହ ଲୋକମାନଙ୍କ ଅଭିଭାଦନ କରିଥିଲେ । ନେତାମାନଙ୍କୁ ଏକାଠି ଦେଖି ଲୋକମାନଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା ।