ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ହେବେ କମଲନାଥ । ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତି

363

କନକ ବ୍ୟୁରୋ : ମଧ୍ୟପ୍ରଦଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳର ବିଧାୟକ ଦଳ ବୈଠକ ପରେ କମଲନାଥଙ୍କୁ ବିଧାୟକ ଦଳ ନେତା ବଛାଯିବା ସହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ତେବେ ମଧ୍ୟପ୍ରଦେଶରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ ବୋଲି ସୂଚନା ମିଳିଛି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଭେଟି ଆଲୋଚନା କରିଥିଲେ । ପରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ ରାହୁଲ ।

ଆଉ ଏହାପରେ ଭୋପାଳ ଅଭିମୁଖେ ବାହାରିଥିଲେ କମଲନାଥ । ୧୦ଟା ୧୦ରେ ଭୋପାଳରେ ପହଞ୍ଚିବା ପରେ ସିଧା କଂଗ୍ରେସ ଅଫିସ ଅଭିମୁଖେ ଯାଇଥିଲେ । ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପହଞ୍ଚିବା ପରେ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ କମଲନାଥଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି ।


କମଲନାଥଙ୍କ ବିଷୟରେ ଅଳ୍ପ କିଛି :
– ୧୯୮୦ରେ ପ୍ରଥମ ଥର ଲାକସଭାକୁ ନିର୍ବାଚିତ
– ୧୯୮୫-୨୦୧୪ ରେ ବହୁ ନିର୍ବାଚନ ଜିତି ଲୋକସଭାର ବରିଷ୍ଠ ସଦସ୍ୟ
– ମେ ୨୦୧୮ରେ ମଧ୍ୟପ୍ରଦେଶ କଂଗ୍ରେସର ମୁଖିଆ
– ଦିଗବିଜୟ ଓ ଜ୍ୟୋତିରାଧିତ୍ୟଙ୍କୁ ସାଙ୍ଗରେ ନେଇ ନିର୍ବାଚନ ପରିଚାଳନା
– ‘ମୋର ତୃତୀୟ ପୁଅ କମଲନାଥ‘ ବୋଲି କହିଥିଲେ ଇନ୍ଦିରା ଗାନ୍ଧୀ
– ଡୁନ୍ ସ୍କୁଲରେ ସଞ୍ଜୟ ଗାନ୍ଧୀଙ୍କ ବନ୍ଧୁ ଥିଲେ
– ଏକାଧିକ ଥର କେନ୍ଦ୍ରମନ୍ତ୍ରୀ, ୯ଥର ସାଂସଦ
– ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏବଂ ଗାନ୍ଧୀ ପରିବାର ସହ କମଲ ନାଥଙ୍କ ଘନିଷ୍ଠତା
– ୧୫ ବର୍ଷର ବିଜେପି ସରକାରକୁ ଗାଦିଚ୍ୟୁତ କରିବାର ମୁଖ୍ୟ ପୁରୋଧା