ଏହି ଟ୍ରେନ୍ କୁଆଡେ ଯିବା ଆସିବା କରୁନଥିଲେ ମଧ୍ୟ ଅନେକ ଅଭିନେତା ଏଥିରେ ଯାତ୍ରା କରି ହୋଇପାରିଛନ୍ତି ପ୍ରସିଦ୍ଧ । ଜାଣନ୍ତୁ ପୁରା ମାମଲା

332

ବଲିଉଡ୍ ଫିଲ୍ମରେ ଅନେକ ଥର ଟ୍ରେନର ଦୃଶ୍ୟ ଦେଖାଯାଇଥାଏ । ରେଳ ଷ୍ଟେସନ ହେଉ କି ଟ୍ରେନ୍ ମଧ୍ୟରେ ହେଉ, ଫିଲ୍ମର କିଛି ଭାଗ ସୁଟିଂ କରାଯାଇଥାଏ । କିନ୍ତୁ କିଛି ଫିଲ୍ମ ଏମିତି ରହିଛି, ଯେଉଁଠି ନକଲି ରେଳ ଷ୍ଟେସନ ଏବଂ ନକଲି ଟ୍ରେନ୍ ଦେଖାଯାଇଥାଏ । କିଛି ଫିଲ୍ମ ନିର୍ମାତାଙ୍କ ପାଖରେ ଅଧିକ ବଜେଟ ନଥିବାରୁ ସେ ନକଲି ରେଳ ଷ୍ଟେସନର ସେଟକୁ ଯାଇ ସୁଟିଂ କରିଥାନ୍ତି । ମୁମ୍ବାଇର ଅନ୍ଧେରୀ ଇଷ୍ଟରେ କମଲିସ୍ତାନ ଷ୍ଟୁଡିଓ ରହିଛି, ଯାହାକୁ ‘ପାକିଜା’ ନିର୍ଦ୍ଦେଶକ କାମଲ ଅମରୋହି ୧୯୫୮ରେ ତିଆରି କରିଥିଲେ । ଏହି ଷ୍ଟୁଡିଓ ତିଆରି ହେବା ପରେ ଏ ପର୍ଯ୍ୟନ୍ତ ଅନେକ ବଲିଉଡ୍ ଫିଲ୍ମର ସୁଟିଂ ଏଠାରେ ହୋଇ ସାରିଛି । ଏହି ଷ୍ଟୁଡିଓରେ ରେଳ ଷ୍ଟେସନର ସେଟ୍ ଲାଗିଥିବା ବେଳେ ରେଳ ଷ୍ଟେସନରେ ଉପଲବ୍ଧ ହେଉଥିବା ସମସ୍ତ ଜିନିଷ ଏଠାରେ ରଖାଯାଇଛି ।

ସୂଚନା ମୁତାବକ, ବଜେଟ କମ୍ ଥିବାରୁ ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅପନା ସପନା ମନି ମନି’ର ସୁଟିଂ ଏହି ଷ୍ଟୁଡିଓରେ କରାଯାଇଥିଲା । ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜବ୍ ଉଇ ମେଟ୍’ର ସୁଟିଂ ମଧ୍ୟ ଏଠାରେ କରାଯାଇଥିବା ଜଣାପଡ଼ିଛି । ୧୯୮୧ରେ ଆସିଥିବା ଫିଲ୍ମ ‘କାଲିଆ’ ଏବଂ ‘ନସିବ୍’ ,୧୯୭୭ରେ ଆସିଥିବା ଫିଲ୍ମ ‘ଧର୍ମବୀର’ ଏବଂ ୧୯୮୩ରେ ଆସିଥିବା ଫିଲ୍ମ ‘ରଜିଆ ସୁଲତାନ୍’ର ସୁଟିଂ ଏହି ଷ୍ଟୁଡିଓରେ କରାଯାଇଥିଲା ।