ଶପଥ ନେବାର ୨ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ । ନିର୍ବାଚନୀ ଇସ୍ତାହାରରେ ଥିଲା ମୁଖ୍ୟ ମୁଦ୍ଦା ।

895

କନକ ବ୍ୟୁରୋ: କଥା ରଖିଲେ କମଳ ନାଥ । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ । ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ତାହାକୁ ପୂରଣ କରି ବାହାବାହା ସାଉଣ୍ଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ରାଜ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ ମଧ୍ୟପ୍ରଦେଶର ନବ ଗଠିତ କଂଗ୍ରେସ ସରକାର । ଏନେଇ କୃଷି ଋଣ ଦସ୍ତାବିଜ୍ ରେ ଦସ୍ତଖତ କରିଛନ୍ତି କମଲ ନାଥ ।

ଗତ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହୋଇଥିବା ସମସ୍ତ କୃଷି ଋଣ ଛାଡ଼ କରିବାକୁ ମଧ୍ୟପ୍ରଦେଶ କଂଗ୍ରେସ ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟର ଚାଷୀ ପରିବାରଙ୍କୁ କମଲ ନାଥଙ୍କ ଉପହାର ବୋଲି ଆଲୋଚନା ଚାଲିଛି । ଏପରିକି ଅଗାମୀ ୫ ବର୍ଷ ମଧ୍ୟରେ ବେକାରୀ ସମସ୍ୟାକୁ ଦୂର କରି ଶିଳାନୁଷ୍ଠାନ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଦିଗରେ ସହାୟକ ପାଇଁ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଏବେ କୃଷି ଋଣ ଛାଡ଼ ପରେ ଏହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ କଂଗ୍ରେସ ଚାହିଁବ ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି । 

loan tension of farmerପୂର୍ବରୁ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ କୃଷକଙ୍କ ସାମାଜିକ ସୁରକ୍ଷା ଭତ୍ତା ଦେବା ପାଇଁ ପ୍ରତିଜ୍ଞା କରିଥିଲା । କେବଳ ଏତିକି ନୁହେଁ ପ୍ରତ୍ୟେକ ଚାଷୀ ପରିବାରର କନ୍ୟା ବିବାହ ଲାଗି ୫୧ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି କମଲ ନାଥ । ମରୁଡ଼ି ପ୍ରଭାବତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବା ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିଣିଥିଲା କଂଗ୍ରେସ । ଏବଂ ସରକାର ଗଢ଼ିବାରେ ସଫଳ ହେବାପରେ ଏବେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରି ଅନ୍ୟାନ୍ୟ ରାଜ୍ୟକୁ ଏକ ରାଜନୈତିକ ଥୋପ ଛାଡ଼ିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲ ନାଥ ।