ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ ଓଡିଶା କନକ୍ଲେଭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମଲ ହାସନ୍, ନେଲେ ରାଜନୈତିକ ପରାମର୍ଶ

27

କନକ ବ୍ୟୁରୋ : ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ୍ ଓଡିଶା କନକ୍ଲେଭ କରିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସାମିଲ ହୋଇଥିଲେ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ଏନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଚେନାଇରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚେନ୍ନାଇରେ କମଲ ହାସନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କଠୁ ପରାମର୍ଶ ନେଇଥିବା କହିଛନ୍ତି ।

ଚେନ୍ନାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ତାମିଲ ସୁପରଷ୍ଟାର କମଲ ହାସନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କମଲ ହାସନ କହିଛନ୍ତି, ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ, ଅନେକ ଭଲ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସେ ଜଣେ ଦକ୍ଷ ରାଜନେତା । ତେଣୁ ତାଙ୍କୁ ଭେଟି ତାଙ୍କ ଠାରୁ କିଛି ପରାମର୍ଶ ନେଇଛି । କମଲ ହାସନ କହିଛନ୍ତି, ରାଜନୀତିକୁ ଆସିବା ବେଳେ ନବୀନଙ୍କୁ ଅନେକ ସମାଲୋଚନା କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଅନ୍ୟମାନଙ୍କ ଠାରୁ ବେଶ ପରିପକ୍ୱତାର ପରିଚୟ ଦେଇଛନ୍ତି । କମଲ ହାସନ, ଜଣେ ଉଚ୍ଚକୋଟୀର କଳାକାର ବୋଲି ନବୀନ ତାଙ୍କୁ ପ୍ରଶଂସା କରିଥିଲେ । ନିକଟରେ ରାଜନୀତିକୁ ଆସିଛନ୍ତି ତାମିଲ ଫିଲ୍ମ ଜଗତର ଏହି ଲୋକପ୍ରିୟ କଳାକାର । ମକ୍କଲ ନିଧି ମୟମ ନାଁରେ ଗଢିଛନ୍ତି ନୂଆ ରାଜନୈତିକ ଦଳ । ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ତାମିଲନାଡୁରେ ଲଢିବ ବୋଲି କମଲ ହାସନ ସୂଚନା ଦେଇସାରିଛନ୍ତି । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଠାରୁ ରାଜନୈତିକ ପରାମର୍ଶ ନେଇଛନ୍ତି କମଲ ହାସନ ।

ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ ଓଡିଶା କନକ୍ଲେଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଶିଳ୍ପପତିଙ୍କୁ ଏନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭକୁ ଜବରଦସ୍ତ ରେସପନ୍ସ ମିଳିଛି । ପାଖାପାଖି ୨ ଲକ୍ଷ କୋଟି ପୁଂଜିନିବେଶର ସୁଯୋଗ ସୃଷ୍ଟି ହୋଇଛି । ସରକାର ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି । ୬୫ ପ୍ରତିଶତ ପ୍ରୋଜେକ୍ଟକୁ ଅନୁମୋଦନ ମିଳିବା ସହ ସେଗୁଡିକ କାର୍ଯ୍ୟକାରୀ ହେଲାଣି । ଓଡିଶା ଏକ ଖଣିଜ ସମ୍ପନ୍ନ ରାଜ୍ୟ । ଷ୍ଟିଲ, ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଆଲୁମିନିୟମରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।