ଆସିଲା ମୋଦିଙ୍କ ଅତିଥିଙ୍କ ତାଲିକା । ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହରେ କମଲ ହାସନଙ୍କୁ କରାଗଲା ଆମନ୍ତ୍ରଣ

1,114

ଚଳିତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଏବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ଚାଲିଛି ଜୋରିଦାର ପ୍ରସ୍ତୁତି । ତେବେ କୁହାଯାଉଛି କି ଏଥରକ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବ ଅପେକ୍ଷା ବହୁତ ଧୂମଧାମରେ କରାଯିବ । ଯାହାର ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି । ଅନ୍ୟପଟେ, ମୋଦିଙ୍କ ଶପଥ ସମାରୋହରେ କେଉଁମାନେ ଯୋଗେ ଦେବେ ତାର ତାଲିକା ମଧ୍ୟ ଆସିସାରିଛି ।

ତେବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଦକ୍ଷିଣ ସୁପରଷ୍ଟାର ଏବଂ ନିକଟରେ ରାଜନୀତିରେ ଏଂଟ୍ରି ମାରିଥିବା କମଲ ହାସନଙ୍କୁ ଯୋଗ ଦେବେ ବୋଲି ମିଳିଥିବା ଖବରରୁ ଜଣାପଡିଛି । କମଲ ହାସନ ଲଗାତର ଭାବେ ଭାରତୀୟ ଜନତା ପାର୍ଟିର ବିରୋଧ କରିଆସିଛନ୍ତି । ତାମିଲନାଡୁରେ ସେ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ତାଙ୍କ ଦଳ ମକ୍କଲ ନିଧି ମିୟାମ ଚଳିତ ଥର ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର କୌଣସି ବି ପ୍ରାର୍ଥୀ ବିଜୟ ହାସଲ କରିପାରିନଥିଲେ । ଏହାଛଡା ଟିଆରଏସର ମୁଖ୍ୟ କେସିଆର ଏବଂ ୱାଇଏସଆର କଂଗ୍ରେସ ଦଳର ମୁଖ୍ୟ ୱାଇ.ଏସ.ଜଗନମୋହନ ରେଡ୍ଡିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଆମନ୍ତ୍ରିତ କରାଯାଇଛି ।

ସୂଚନା ମୁତାବକ, ମେ ୩୦ ତାରିଖ ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଶପଥ ନେବେ । ତାଙ୍କ ସହିତ ଅନେକ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ । ତେବେ ମନ୍ତ୍ରୀମଣ୍ଡଳରେ କେଉଁମାନେ ସାମିଲ ହେବେ, ବର୍ତ୍ତମାନ ଏହାର ଖୁଲାସା ହୋଇପାରିନାହିଁ । ନରେନ୍ଦ୍ର ମୋଦି ଗତ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବା ନେଇ ଦାବି ଜଣାଇଥିଲେ ।