ଢେଙ୍କାନାଳ : ଜାତୀୟ ରାଜପଥର ମରାମତି ଓ ନାଳ ତିଆରି କାମରେ ବିଳମ୍ବ ନେଇ କାମାକ୍ଷାନଗର ଏନଏସି କାଉନସିଲ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

18

କନକ ବ୍ୟୁରୋ : ଆଜି ୧୨ ଘଂଟିଆ କାମାକ୍ଷାନଗର ବନ୍ଦ । କାମାକ୍ଷାନଗର ଏନଏସି କାଉନସିଲ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ୫୩ନମ୍ବର ଜାତୀୟ ରାଜପଥର ମରାମତି ଓ ନାଳ ତିଆରି କାମରେ ଅହେତୁକ ବିଳମ୍ବ ନେଇ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନକୁ କାଉନସିଲର ଓ ବୁଦ୍ଧିଜୀବୀମାନେ ସମର୍ଥନ ଜଣାଇଛନ୍ତି ।

ରାସ୍ତାଘାଟରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏଥିସହ ସ୍କୁଲ କଲେଜ , ବ୍ୟାଙ୍କ , ସରକାରୀ ଓ ବେସରକାରୀ କାର୍ଯ୍ୟଳୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏନଏଚ କର୍ତୃପକ୍ଷ ତୁରନ୍ତ ମରାମତି ନକଲେ ଆଗକୁ ଆନ୍ଦୋଳକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।