କାମାକ୍ଷାନଗର : ଦୀପ ତଳ ଅନ୍ଧାର, ଖୋଦ୍ ମନ୍ତ୍ରୀଙ୍କ ଘର ନିକଟ ଡାକ୍ତରଖାନାରେ ଚାଲିଛି ଅନ୍ଧାରୀ ଚିକିତ୍ସା

42

କନକ ବ୍ୟୁରୋ : ଦୀପ ତଳ ଅନ୍ଧାର । ଖୋଦ୍ ମନ୍ତ୍ରୀଙ୍କ ଘର ନିକଟରେ ଥିବା ଡାକ୍ତରଖାନାରେ ଚାଲିଛି ଅନ୍ଧାରି ଚିକିତ୍ସା । ବରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଟର୍ଚ ଆଲୁଅରେ ଚିକିତ୍ସା କରୁଛନ୍ତି ଡାକ୍ତର । ଏପରି ଦେଖିବାକୁ ମିଳିଛି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ଘର ନିକଟରେ ଥିବା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାର । ମୁଖ୍ୟତଃ ରାତିରେ ଅଧିକ ସମୟ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । ଏଣେ କାକ୍ତରଖାନାରେ ଥିବା ଜେନେରେଟର କାମ କରୁନି । ଫଳରେ ଟର୍ଚ ଓ ମୋବାଇଲ୍ ଲାଇଟରେ ଚିକିତ୍ସା କରୁଛନ୍ତି ଡାକ୍ତର ।

ଯାହାକୁ ନେଇ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅତି ସମ୍ବେଦନଶୀଳ ସ୍ତ୍ରୀ ଓ ପ୍ରସୁତି ବିଭାଗରେ ମଧ୍ୟ ସେହି ଏକା ଅବସ୍ଥା, ନବଜାତ ଶିଶୁମାନଙ୍କୁ ଡାକ୍ତର ମୋବାଇଲ ଲାଇଟରେ ପରୀକ୍ଷା କରୁଛନ୍ତି, ଏଥିରୁ ଆପଣ ଜାଣିପାରୁଥିବେ କିପରି ଚାଲିଛି କାମାକ୍ଷାନଗର ଉପଡାକ୍ତରଖାନାରେ ରୋଗୀ ସେବା । ଫଳରେ ଦେଖାଦେଇଛି ପ୍ରବଳ ଜନ ଅସନ୍ତୋଷ । ସେପଟେ ମେଡିକାଲରେ ଜେନେରେଟର କାମ କରୁନଥିବା କଥା ଅସ୍ୱୀକାର କରିଛନ୍ତି ଚିକିତ୍ସାଧିକାରୀ ।