ବିଷମକଟକ : ନେତା ହେବ ତ ଏମିତି, ଲୋକଙ୍କ ସହ ମିଶି ବନ୍ୟା ପରେ ସଫେଇ କାମ କଲେ ବିଧାୟକ ଜଗନ୍ନାଥ ସାରକା

43

କନକ ବ୍ୟୁରୋ : କୁହାଯାଏ ବିପଦ ବେଳାରେ ପାଖରେ ଠିଆ ହେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ନିଜ ଜନ ପ୍ରତିନିଧି ଯଦି ସେହି ବନ୍ଧୁ ହୁଅନ୍ତି- ତ ନିଶ୍ଚିତ କହିପାରିବା ନେତା ହେବ ତ ଏମିତି । ଆଜି କନକ ନ୍ୟୁଜ୍ କ୍ୟାମେରାରେ କଏଦ୍ ହୋଇଥିଲେ ଏମିତି ଜଣେ ବିଧାୟକ । ଯିଏ ଲୋକଙ୍କ ଦୁର୍ଦ୍ଦଶାରେ ସାଥୀଟିଏ ହୋଇ ସହଯୋଗର ହାତ ବଢ଼ାଇଛନ୍ତି । ରାୟଗଡ଼ାର ବନ୍ୟା ସ୍ଥିତି ପରେ କଲ୍ୟାଣସିଂହପୁରର ଲୋକେ ନିଜ ଉଜୁଡ଼ା ଘରକୁ ସାଜାଡୁ ଥିବା ବେଳେ ସହଯୋଗର ହାତ ବଢ଼ାଇଛନ୍ତି ଖୋଦ୍ ବିଧାୟକ ।

ହାତରେ କୋଦାଳ ଧରି ଆଗେଇ ଆସିଛନ୍ତି ବିଷମକଟକ ବିଧାୟକ ଜଗନ୍ନାଥ ସାରିକା । ବନ୍ୟା ପ୍ରଭାବତି ଅଂଚଳକୁ ଯାଇ ସାଧାରଣ ଲୋକଙ୍କ ସହ ମିଶି ଆବର୍ଜନ ନିଷ୍କାସନ କରିଛନ୍ତି । କଲ୍ୟାଣସିଂହପୁରରେ ବନ୍ୟା ଛାଡିଯିବା ପରେ ବନ୍ୟା ପ୍ରଭାବତି ଅଂଚଳ ଯାଇ ନିଜେ ଲୋକଙ୍କ ସହ ମିଶି ସଫେଇ କରିଛନ୍ତି ଜଗନ୍ନାଥ ସାରକା । କଲ୍ୟାଣସିଂହପୁରରେ ବନ୍ୟା ଛାଡିଯାଇଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଏହି ଦୁର୍ଦ୍ଦିନ ସମୟରେ ଲୋକଙ୍କୁ ସହାୟତର ହାତ ବଢାଇଛନ୍ତି ବିଧାୟକ । ଘର ଘର ବୁଲି ଲୋକଙ୍କ ସହ ହାତ ମିଶାଇ ଆବର୍ଜନା ସଫା କରୁଛନ୍ତି । ବିଧାୟକଙ୍କ ଏପରି ଉଦାର ମନୋଭାବ ଦେଖି ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।