କଲ୍ୟାଣସିଂହପୁର ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି : ସାତ ଘଂଟା ଧରି ବିଜୁଳି ଗାଏବ

28

କନକ ବ୍ୟୁରୋ : ଜରୁରୀକାଳୀନ ସେବା କହିଲେ ଡାକ୍ତରଖାନାକୁ ବୁଝାଇଥାଏ । ଆଉ ଡାକ୍ତରଖାନାରେ ୨୪ ଘଂଟିଆ ବିଜୁଳି ରହିବା ଜରୁରୀ । କିନ୍ତୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ବିଜୁଳିନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବାବେଳେ ଅଧିକାରୀମାନେ ଏସିରେ ବସି ଆରାମ କରୁଥିବା ଦେଖିବାକୁ ମିଳିଛି ।

କାଲି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୭ ଘଂଟା ଧରି ବିଜୁଳି ନଥିଲା । ଏ ନେଇ ରୋଗୀମାନେ ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ । ଯେନତେନ ପ୍ରକାରେ ରୋଗୀମାନେ ଡାକ୍ତରଖାନାରେ ରହିଥିଲେ ବି ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିବାକୁ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଅଭିଯୋଗ କରିଥିଲେ ବି ଏ ନେଇ ସେମାନଙ୍କ ଉତର ଥିଲା ଆମେ କଣ କରିବୁ । ପ୍ରାୟ ସାତ ଘଂଟା ଧରି ବିଜୁଳି ନଥିବାରୁ ଗରମରେ ଆଉଟୁ ପାଉଟୁ ହୋଇଥିଲେ ରୋଗୀ ଓ ନବଜାତକ ।

ଖବରରୁ ଜଣାପଡିଛି  ଯେ, ଡାକ୍ତରଖାନାରେ ଏସି ଅଧିକ ଲୋଡ ନେଉଥିବାରୁ ବାରମ୍ବାର ବିଜୁଳିବିଭ୍ରାଟ ହେଉଛି । ତାର ପୋଡି ନଷ୍ଟ ହୋଇଯାଉଛି । ଏଠାରେ ଜେନରେଟର ଥିଲେ ବି  ତେଲ ଖର୍ଚ ହେଉଥିବା ଦର୍ଶାଇ ବିଳମ୍ବରେ ଲଗାଯିବ ବୋଲି କର୍ମଚାରୀ ପ୍ରକାଶ କରିଥିଲ । ଏ ବାବଦରେ ଡାକ୍ତରଙ୍କ ଅଜବ ଯୁକ୍ତି ଥିଲା ଏ ବାବଦରେ କେହି ଅଭିଯୋଗ କରିନଥିଲେ ।