ରାୟଗଡ଼ା : ବନ୍ୟା ଯୋଗୁଁ କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି

29

କନକ ବ୍ୟୁରୋ : ବନ୍ୟା ଧୋଇ ନେଇଛି ପୋଲ । କେଉଁଠି ପୋଲ ଭାଙ୍ଗି ଯାଇଛି, ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି । କଲ୍ୟାଣୀ ବ୍ରିଜ୍, କୁମାରଗୁଡ଼ା ପୋଲ, ଗୁଣ୍ଡିଗୁଡ଼ା ବ୍ରିଜ୍, ନାଗାବଳୀ ବ୍ରିଜ୍ ଏବଂ ବିନିସପୁର ଝୁଲା ପୋଲ, ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । କ୍ରମାଗତ ଭାବରେ ନଦୀରେ ବଢୁଛି ଜଳ ପତନ ।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ପ୍ରବାହିତ ହେଉଛି ନାଗାବଳୀ ଏବଂ କଲ୍ୟାଣୀ ନଦୀ । ଏମିତିକି ବିଦ୍ୟୁତ ସରବରାହ ଏବଂ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ପାଣି ଘେରରେ ଫଶି ରହିଛି ଜୀବନ ।