କଲ୍ୟାଣସିଂହପୁର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ! କହିଲେ, ସ୍ଥିତି ଅନୁଯାୟୀ ନିଷ୍ପତି ନେବେ ଜିଲ୍ଲାପାଳ

29

କନକ ବ୍ୟୁରୋ: କଲ୍ୟାଣିସିଂପୁର ବନ୍ୟା ପରିସ୍ଥିିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତିି ମୁଖ୍ୟମନ୍ତ୍ରୀ । କହିଛନ୍ତି ସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । କଲ୍ୟାଣୀ ଓ ନାଗାବଳୀରେ ଅଚାନକ ବନ୍ୟା ଆସିଛି । ପରିସ୍ଥିତି ଉପରେ ଏସଆରସିର ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସମ୍ପୂର୍ଣ୍ଣ ନଜର ରଖିଛି ।

ସେହିପରି କଲ୍ୟାଣସିଂହପୁର ବନ୍ୟା ପରିସ୍ଥିତି ପରେ କେନ୍ଦ୍ରକୁ ୪ଟି ହେଲିକପ୍ଟରର ସହାୟତା ମାଗିଛନ୍ତି ରାଜ୍ୟସରକାର । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ନାଗାବଳୀ ନଦୀ ଓ କଲ୍ୟାଣସିଂହପୁରରେ ହଠାତ ବନ୍ୟାପାଣି ମାଡିଆସିଛି । ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର କାର୍ଯ୍ୟରେ ବାୟୁସେନା ଅଧିକାରୀ, ନୌସେନା, ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରିଲିଫ୍ କାମକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ଆକାଶ ମାର୍ଗରୁ ରିଲିଫ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ରିଲିଫ୍ କମିଶନର ।