ଠିକଣା ସମୟରେ ପହଂଚିପାରିଲାନି ଆମ୍ବୁଲାନ୍ସ : କଲ୍ୟାଣସିଂହପୁରରେ ପିକଅପ୍ ଭ୍ୟାନରେ ଶିଶୁକୁ ଜନ୍ମଦେଲେ ପ୍ରସୂତି

14

vlcsnap-2016-09-01-10h19m11s525ରାୟଗଡା : କେବେ ସୁଧୁରିବ ସ୍ୱାସ୍ଥ୍ୟ ଅବସ୍ଥା । ଠିକଣା ସମୟରେ ପହଂଚିପାରିଲାନି ଆମ୍ବୁଲାନ୍ସ ଫଳରେ ପିକ୍ ଅପ୍ ଭ୍ୟାନରେ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ । ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଂଚିପାରିନଥିଲା ଫଳରେ ପିକ୍ ଅପ୍ ଭ୍ୟାନରେ ତାଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ସେ ଶିଶୁକୁ ଜନ୍ମ ଦେଇଛନ୍ତି ।

ରାୟଗଡା କଲ୍ୟାଣସିଂହପୁର ପାଳଖମଣ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଗତକାଲି ମଧ୍ୟ ଏପରି ଏକ ଘଟଣା ଦେଖିବାକୁ  ମିଳିଥିଲା । ୧୦୨ ଆମ୍ବୁଲାନ୍ସ ନଆସିବାରୁ ଶେଷରେ ବାଧ୍ୟହୋଇ ନବରଙ୍ଗପୁର ଜିଲ୍ଲା ଭେଜିରିଗୁଡା ଗାଁର ମହିଳା ଦେବକୀ ମାଝୀଙ୍କୁ ଏକ ପିକଅପ ଭ୍ୟାନରେ ଉମରକୋଟଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଘରଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ମୋଟ ୩୫ କିଲୋମିଟରର ପ୍ରାୟ ଅଧାରାସ୍ତା ପ୍ରସୂତି ଜଣକ ପିକଅପ ଭ୍ୟାନର ଷ୍ଟେପିନ ଟାୟାର ଉପରେ ବସି ଆସିଥିବା ଅଭିଯୋଗ ହୋଇଛି।

vlcsnap-2016-09-01-10h19m45s509ପ୍ରସୂତିଙ୍କ ପାଇଁ ସାଙ୍ଗରେ ଆସିଥିବା ଆଶାକର୍ମୀ ପିକଅପ ଭ୍ୟାନକୁ ଭଡା ବାବଦକୁ ୧୬ଶହ ଟଙ୍କା ଦେଇଛନ୍ତି। ସୁରକ୍ଷିତ ପ୍ରସବ ଏବଂ ମାଆ ଓ ନବଜାତ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ କେତେକଣ ଯୋଜନା। ହେଲେ ପ୍ରସୂତିଙ୍କୁ ସୁରକ୍ଷିତ ହସ୍ପିଟାଲରେ ପହଂଚାଇବା ଲାଗି ଆମ୍ବୁଲାନ୍ସ ଟିଏ ମଧ୍ୟ ନମିଳିବା ସରକାରୀ ଯୋଜନା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।