କାଲି ସିଲ୍, ଆଜି ରେଡ୍

101

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ସହରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପର ସିଲ ପ୍ରକିୟା ଆରମ୍ଭ ହୋଇଛି । ଆଜି ୧୭ଟି କଲ୍ୟାଣ ମଣ୍ଡପରେ ଚଢାଉ କରାଯାଇଛି । ଗତାକାଲି ଲାଲବାଗ ଅଂଚଳରେ ୯ଟି ଓ ବିଡାନାସୀ ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ସିଏମସି ଓ ସିଡିଏର ମିଳିତ ଭାବେ ଗଠିତ ଏନଫୋସଅର୍ମେଂଟ ସ୍କ୍ୱାର୍ଡ ଦ୍ୱାରା ଏହି କଲ୍ୟାଣ ମଣ୍ଡପ ଗୁଡିକୁ ସିଲ୍ କରାଯାଉଛି । ତେବେ ୧୦୪ଟି କଲ୍ୟାଣ ମଣ୍ଡପ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଟ୍ରେଡ୍ ଲାଇସେନ୍ସ ପାଇଁ ଆବେଦନ କରିନାହାନ୍ତି । ତେଣୁ  ସେହି ମଣ୍ଡପ ଗୁଡିକୁ ବନ୍ଦ କରାଯାଉଥିବା କହିଛନ୍ତି ସିଏମସି କତୃପକ୍ଷ । ସେପଟେ ବିବାହ ପାଇଁ ମଣ୍ଡପ ବୁକିଂ କରିଥିବା ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଥିବା କହିଛନ୍ତି ।