ଦୁଇ ଦିନରେ ୩୦ରୁ ଅଧିକ କଲ୍ୟାଣ ମଣ୍ଡପରେ ତାଲା

29

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତୃତୀୟ ଦିନରେ କଟକରେ ଥିବା କଲ୍ୟାଣ ମଣ୍ଡପ ଉପରେ ଚଢାଉ ଜାରି ରଖିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆଜି ପାଖାପାଖି ୧୮ ଟି ମଣ୍ଡପର ତାଲିକା ଧରି ସ୍କ୍ୱାର୍ଡ ଅଧିକାରୀମାନେ ଅଭିଯାନ ଆରମ୍ଭ କରିଛନ୍ତି । ଏଯାବତ୍ ମୋଟ୍ ୩୩ ମଣ୍ଡପକୁ ସିଲ୍ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ତେବେ ଆଜି ମଧୁପାଟଣାରେ ଥିବା ଓୟା ମଣ୍ଡପକୁ ସିଲ କରିବାବେଳେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ତାଲିକାରେ ନା ନଥାଇ ବି ମଣ୍ଡପକୁ ସିଲ୍ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ମଣ୍ଡପ ମାଲିକଙ୍କ କହିବା କଥା ତାଙ୍କର ସବୁ କାଗଜ ପତ୍ର ଠିକ୍ ଅଛି , ଭୁଲ ତାଲିକା ସାଙ୍ଗରେ ଆଣି ଏନଫୋର୍ସମେଣ୍ଟ ଟିମ ତାଙ୍କ ମଣ୍ଡପକୁ ସିଲ କରିଛି । ତେବେ ହାଇକୋର୍ଟଙ୍କ ନିର୍ଦେଶ ପରେ ସିଏମସି ଏବଂ ସିଡିଏ ତରବରିଆ ଭାବେ ତାଲିକା ପ୍ରସ୍ତୁତ କରି କାର୍ଯ୍ୟ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।