କଲ୍ୟାଣ ମଣ୍ଡପରେ ତାଲା

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ସହରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପର ସିଲ୍ ପ୍ରକିୟା ଆରମ୍ଭ ହୋଇଛି । ଆଜି ୧୭ଟି କଲ୍ୟାଣ ମଣ୍ଡପରେ ଚଢାଉ କରାଯାଇଛି । ଗତାକାଲି ଲାଲବାଗ ଅଂଚଳରେ ୯ଟି ଓ ବିଡାନାସୀ ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ସିଏମସି ଓ ସିଡିଏର ମିଳିତ ଭାବେ ଗଠିତ ଏନଫୋସଅର୍ମେଂଟ ସ୍କ୍ୱାର୍ଡ ଦ୍ୱାରା ଏହି କଲ୍ୟାଣ ମଣ୍ଡପ ଗୁଡିକୁ ସିଲ୍ କରାଯାଉଛି । ଟ୍ରାଫିକ ସମସ୍ୟା ପାଇଁ ଏହି ମଣ୍ଡପ ଗୁଡିକୁ ସିଲ୍ କରାଯାଇଥିବା ଜଣାପଡିଛି ।