ଆଉ ଦିନ କେଇଟା ପରେ କାଳିପୂଜା । ଗଣପର୍ବ ପାଳିବା ପାଇଁ ସଜେଇ ହେଉଛି ଯାଜପୁର ସହର

ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଷର୍ ଦେବାରେ ଲାଗିଛନ୍ତି କାରିଗର

100

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଯାଜପୁରର ଗଣପର୍ବ କାଳୀପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଷର୍ ଦେବାରେ ଲାଗିଛନ୍ତି କାରିଗର । ସୁ-ଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସି ଉଠିବ ଯାଜପୁର ସହର । ସେପଟେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଯାଜପୁରର ଗଣପର୍ବ କାଳୀପୂଜା ପାଇଁ ସମଗ୍ର ସହର ଚଳଚଂଚଳ  । ପ୍ରତ୍ୟେକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି । ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଷର୍ ଦେବାରେ ବ୍ୟସ୍ତ କାରିଗର । ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି ବିଭିନ୍ନ କାରିଗର । ଆସନ୍ତା ୬ ତାରିଖରୁ ସହରର ୬୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମା କାଳୀ ଏବଂ ଲକ୍ଷ୍ମୀନାରାୟଣ । ଆଉ ଏବେ ସହର ସାରା ଚାଲିଛି ମାଆଙ୍କ ଆଗମନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ।

ସହରର ହାବେଳି ବଜାର, ବଡ ବଜାର, ହରପାର୍ବତି ଛକ, ସାନବଜାର, ନାରାୟଣ ଛକ, ଶିତଳେଶ୍ୱର ଛକ, ଗରିଆପୁର, ଆରଏମସି ମାର୍କେଟ୍, ଗୋପାଳ ଛକ, ମହାବୀର ଛକ, କଲେଜ ଛକ, ବିରଜାହାଟ ଆଦି ପୂଜା ମଣ୍ଡପରେ ମାଆଙ୍କ ପୂଜା କରାଯିବ । ଏହି ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଶବ୍ଦ ପ୍ରଦ୍ୟୁଷଣ ରୋକିବା, ନିଶା କାରବାର ରୋକିବା ଓ ଅସାମାଜିକ ବ୍ୟକ୍ତିଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ତେବେ ଚଳିତ ବର୍ଷ ଆସନ୍ତା ୧୩ ଓ ୧୪ ତାରିଖ ଦିନ ଭସାଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଡିଜେ ଓ ନିଶା ମୁକ୍ତ ଭସାଣୀ ପାଇଁ ପ୍ରଶାସନ ପକ୍ଷରୁ ଆହ୍ନାନ ଦିଆଯାଇଛି ।