କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୨ ବର୍ଷ । ଆଦିବାସୀଙ୍କ ହତ୍ୟାକାରୀ ନେଇ ନାହିଁ ସରକାରଙ୍କ ପାଖରେ ତଥ୍ୟ ।

30

କନକ ବ୍ୟୁରୋ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରଣ ହେଉଛି ୧୨ ବର୍ଷ । ଚଳିତ ବର୍ଷ ମିଳିତ ଭାବେ ବିରୋଧୀ ଜନମଂଚ ଓ ସପକ୍ଷବାଦୀ ସହିଦ ଦିବସ ପାଳନ କରିଛନ୍ତି । ଏହି ଘଟଣା ନେଇ ବାରମ୍ବାର ବିଚାର ବିଭାଗୀୟ କମିଶନ ବସିଥିଲେ ମଧ୍ୟ ଶେଷରେ ଏହି ହତ୍ୟାକାଣ୍ଡ ପାଇଁ କାହାରିକୁ ଦୋଷୀ କରାଯାଇ ନାହିଁ କିମ୍ବା କୌଣସି ଦଣ୍ଡବିଧାନ ନେଇ ସୁପାରିଶ ହୋଇନାହିଁ । ଏହି ରିପୋର୍ଟ ବିଧାନସଭାରେ ସରକାର ଆଗତ କରିଥିବା ବେଳେ ଏହାର ନିରପେକ୍ଷତା ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିଲା ।