‘କଳିଙ୍ଗ ଯୁଦ୍ଧ’ କେବଳ କାହାଣୀ ! ସତ୍ୟତା ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ବିଶ୍ୱଭୂଷଣ

78

କନକ ବ୍ୟୁରୋ : କଳିଙ୍ଗ ଯୁଦ୍ଧ କେବଳ ଏକ କାହାଣୀ । ଏହାର ବାସ୍ତବତା କିଛି ନାହିଁ । କେବଳ ଓଡିଆ ଜାତିକୁ ଛୋଟ ଦେଖାଇବା ପାଇଁ ଇତିହାସରେ ଏହାକୁ ସ୍ଥାନ ଦିଆଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । କଳିଙ୍କ ଯୁଦ୍ଧରେ ମୃତାହତ ସୈନିକଙ୍କ ସଂଖ୍ୟା, ତକ୍ରାଳୀନ କଳିଙ୍ଗ ରାଜ୍ୟର ରାଜା ଓ ମଗଧ ସମ୍ରାଟ ଅଶୋକଙ୍କ ବୈାଦ୍ଧ ଧର୍ମ ଗ୍ରହଣ କରିବା ନେଇ କିଛି ତଥ୍ୟ ଆଧାରରେ ଏହାକୁ କେବଳ ଏକ କାହାଣୀ ବୋଲି କହିଛନ୍ତି ଏହି ବର୍ଷିୟାନ ନେତା । ଯାହାକୁ ନେଇ ଜୋର ଧରିଛି ରାଜନୀତି । କଳିଙ୍ଗ ଯୁଦ୍ଧର ସତ୍ୟତା ଅଛି ବୋଲି ବରିଷ୍ଠ ନେତା ଦାମୋଦର ରାଉତ ଓ ସୁରେଶ ରାଉତରାୟ କହିଛନ୍ତି । ଆରପଟେ ଭିନ୍ନ ମତ ପ୍ରକାଶ କରିଛନ୍ତି ଐତିହାସିକ । ସେ କହିଛନ୍ତି, କଳିଙ୍ଗ ଯୁଦ୍ଧ ସତ, କିନ୍ତୁ ତାହା ଦୟାନଦୀ ପାଖରେ ହୋଇଛି କି ନାହିଁ କହିବା ଠିକ୍ ନୁହେଁ । ତେଣୁ ଦୀର୍ଘ ବର୍ଷ ପରେ ବିବାଦକୁ ଆସିଛି କଳିଙ୍ଗ ଯୁଦ୍ଧ ।