ଖୋଲୁଛି ହରିଦ୍ୱାର–କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର ଗୁମର : ଆଜି ସଂଧ୍ୟା ସୁଦ୍ଧା ଦୁର୍ଘଟଣାର କାରଣ ଜଣାଇବାକୁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

82

କନକ ବ୍ୟୁରୋ : ରେଳ ଦୁର୍ଘଟଣା ନେଇ ରେଳମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ତାଗିଦ୍ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ । କଣ ପାଇଁ ଦୁର୍ଘଟଣା ଘଟିଲା ସେନେଇ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ । ଟ୍ୱିଟ୍ କରି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଦୁର୍ଘଟଣାର କାରଣ ଜଣାଇବାକୁ କହିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା କାରଣ ଜଣାଇବାକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ । ପ୍ରାଥମିକ ତଦନ୍ତ ଆଧାରରେ ରେଳ ଦୁର୍ଘଟଣାର କାରଣ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ପ୍ରଭୁ । ଦୁର୍ଘଟଣା ପାଇଁ କିଏ ଉତ୍ତରଦାୟୀ ତାହା ଜଣାଇବାକୁ ନିର୍ଦ୍ଦେଶ ଦେିଛନ୍ତି ରେଳମନ୍ତ୍ରୀ ପ୍ରଭୁ ।

ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ରହିଛି କି । ସେନେଇ ତଦନ୍ତ ଦୁର୍ଘଟଣାର ଯାଂଚ କରୁଛି ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ । ଉତ୍ତରପ୍ରଦେଶ ମୁଜାଫରନଗର ଖତୌଲିରେ ପ୍ରାଥମିକ ତଦନ୍ତ କରିବା ପରେ ଦୁର୍ଘଟଣାକୁ ମନୁଷ୍ୟକୃତ ବୋଲି କହିଛି ଏଟିଏସ । ଦୁର୍ଘଟଣା ପାଇଁ ରେଲବାଇ ମେଂଟେନାନ୍ସ ଟିମକୁ ଏଟିଏସ ଦାୟୀ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଟ୍ରାକ ମରାମତି ଅଧାରେ ଛାଡି ଦେଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡାଇ ଦେଇହେବନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଦିଗରେ ଥିବା ସମସ୍ତ ସମ୍ଭାବନାକୁ ଅନୁଧ୍ୟାନ କରିବା ସହ ଛାନଭିନ କରୁଛି ଏଟିଏସ ।

ସେପଟେ କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ ବୋଲି ରେଳ ଧାରଣାର ଦୃଶ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି । ଦୁର୍ଘଟଣାର କିଛି ସମୟ ଆଗରୁ ରେଲବାଇର ମେନଟେନାନ୍ସ ଟିମ ଆସି ଟ୍ରାକକୁ ଖୋଳି ମରାମତି କରୁଥିଲେ । ଏହି ସମୟରେ ବର୍ଷା ହେବାରୁ ମରାମତି କାମ ଅଧାରୁ ଛାଡି ଚାଲିଯାଇଥିଲେ । ତେବେ ଏନେଇ ଖୌତଲି ଷ୍ଟେସନକୁ ମଧ୍ୟ ସେମାନେ ଅବଗତ କରିନଥିବା ଜଣାପଡିଛି । ଯାହାକୁ ନେଇ ଏତେ ବଡ ଦୁର୍ଘଟଣା ଘଟି ଅକାଳରେ ୨୧ ଜଣଙ୍କ ଜୀବନ ଯାଇଛି ।