ବଢୁଛି ହୃଦସ୍ପନ୍ଦନ ! ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା, କଡା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍ ।

229

କନକ ବ୍ୟୁରୋ : ଶେଷ ହୋଇଛି ପ୍ରସ୍ତୁତି ! ଅପେକ୍ଷା ମାତ୍ର କେଇ ଘଣ୍ଟାକୁ । ହକି ବିଶ୍ୱକପକୁ ନେଇ ହୋଇଛି ବ୍ୟାପକ ବନ୍ଦୋବସ୍ତ । ପାଖାପାଖି ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପୁରୁଷ ହକି ବିଶ୍ୱ କପ୍ ପାଇଁ ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଓ କଳିଙ୍ଗ ଷ୍ଟାଡିୟମ୍ । ବିଶେଷ କରି ଉଦଘାଟନୀ ମଂଚ, ୧୨ ହଜାର ୫୦୦ ଦର୍ଶକଙ୍କ ବସିବା ଉଦ୍ଦିିଷ୍ଟ ସ୍ଥାନ, ୨୦୦୦ କଳାକାରଙ୍କ ବସିବା ସ୍ଥାନ ଏବଂ ଏହି ମହାକୁମ୍ଭରେ ସାମିଲ ହୋଇଥିବା ୧୬ଟି ଦେଶର କୋଚ୍ ଓ ଅଫିସିଆଲଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ କଡା ଯାଂଚ କରାଯାଇଛି ।

କଡା ସୁରକ୍ଷା ଏବଂ ଯାଞ୍ଚ ଭିତରେ ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରୁଛନ୍ତି ଦର୍ଶକ । ପାଖାପାଖି ଅଢେଇ ଘଣ୍ଟାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ରହିଛି । ବଲିଓଡ୍ ତାରକା ଶାହରୁଖ ଖାନ୍, ମାଧୁରି ଦିକ୍ଷିତଙ୍କ ସମେତ ଏ.ଆର ରେହମାନ୍ଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ସମାରୋହ ପାଇଁ କଡା ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡିୟମ୍ । ୭୫ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସନ୍ଧ୍ୟା ୬.୨୫ ମିନିଟରେ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହର ଶୁଭାରମ୍ଭ ହେବ ।