ପ୍ରେମୀଙ୍କୁ ପ୍ରହାର ! ପ୍ରେମର ଦିନରେ ପ୍ରେମୀଯୁଗଳଙ୍କ ପାଇଁ କଣ୍ଟା ସାଜିବେ ବିଭିନ୍ନ ସଂଗଠନ

22

କନକ ବ୍ୟୁରୋ : ପ୍ରେମ ଦିବସ ପାଳିବାକୁ ପ୍ରେମିକ-ପ୍ରେମିକାଙ୍କ ପ୍ରସ୍ତୁତି । ସେପଟେ ବିରୋଧ କରିବାକୁ ବଜରଙ୍ଗ ଦଳ ପରେ କଳିଙ୍ଗ ସେନାର ନାଲିଆଖି । ଏହାରି ଭିତରେ ଆସନ୍ତାକାଲି ଭାଲେଂଟାଇନ୍ସ ଡେରେ ଭୁବନେଶ୍ୱର ପାର୍କଗୁଡିକରେ ତାଲା ଝୁଲିବା ଆଶଙ୍କା । ଆଉ ପୋଲିସ କହିଛି ଆଇନକୁ ହାତକୁ ନେଲେ ପରିଣାମ ଭୋଗିବାକୁ ପଡିବ ।

valentineରାତି ପାହିଲେ ଭାଲେଂଟାଇନ୍ ଡେ । ଚଳଚଂଚଳ ରାଜଧାନୀର ବିଭିନ୍ନ ପାର୍କ । ହେଲେ ଆସନ୍ତାକାଲି ପାର୍କ ଗୁଡିକରେ ଝୁଲିବ ତାଲା । ପାର୍କ ଭିତରକୁ କାହାରିକୁ ଛଡାଯିବ ନାହିଁ । କାହିଁକି ନା ଏହି ପ୍ରେମ ଦିବସରେ ପ୍ରେମୀ ଯୁଗଳଙ୍କୁ ବିରୋଧର ଆଶଙ୍କା ଦେଖା ଦେଇଛି । କାରଣ ବଜରଙ୍ଗଦଳ ପରେ, ପୁଣି କଳିଙ୍ଗ ସେନା ବାହାରିଲାଣି ପ୍ରେମୀ ଯୁଗଳଙ୍କୁ ବିରୋଧ କରିବା ପାଇଁ । ଦିନ ୧୦ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଲି କରିବା ସହ ପ୍ରତିବାଦ କରାଯିବ । ଖାସକରି ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜୋରଦାର ପ୍ରତିବାଦ କରାଯିବ ବୋଲି କହିଛି କଳିଙ୍ଗ ସେନା ।

ଅନ୍ୟପଟେ ପ୍ରେମୀ ଯୁଗଳଙ୍କୁପ ନାଲି ଆଖି ଦେଖାଉ ଥିବା ଏହି ସଙ୍ଗଠନ ଗୁଡିକୁ ପାଲଟା ନାଲି ଆଖି ଦେଖାଇଛି ପୁଲିସ । ଟ୍ୱିନ ସିଟି କମିଶନର ସିଧାସିଧା କହିଛନ୍ତି ଏଭଳି ଗଣ୍ଡେଗାଳ କଲେ, ପୁଲିସ ପଦକ୍ଷେପ ନେବ । ଏପରିକି ପୂରା ସହର ଉପରେ ପୋଲିସର ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ ।

ରାଜଧାନୀରେ ବିଗତ ଦିନ ମାନଙ୍କରେ ମଧ୍ୟ ଭାଲେଣ୍ଟାଇନ ଡେରେ ବଜରଙ୍ଗ ଦଳ ପ୍ରେମୀ ଯୁଗଳଙ୍କୁ ନାଲି ଆଖି ଦେଖାଇବାର ନଜିର ରହିଛି । ଏପରିକି ବଜରଙ୍ଗ ଦଳ ପ୍ରେମୀ ଯୁଗଳଙ୍କୁ ଘଉଡାଇବା ପାଇଁ ମଲ ଭିତରେ ପଶିଥିଲା ଆଉ ପୁଲିସ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ।