ଆଇଟମ୍ ଗର୍ଲଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଲା କଳିଙ୍ଗ ସେନା ! ରାନୀ ଓ ଯାତ୍ରା ପାର୍ଟି ମାଲିକକୁ ତୁରନ୍ତ ଗିରଫ ପାଇଁ ଦାବି

467

କନକ ବ୍ୟୁରୋ : ଖଣ୍ଡଗିରି ଥାନାରେ ଆଇଟମ ଗର୍ଲ ରାନୀଙ୍କ ବିରୋଧରେ ଏତଲା ଦେଲେ କଳିଙ୍ଗ ସେନା । ତୁରନ୍ତ ରାନୀ ଓ ଯାତ୍ରା ପାର୍ଟି ମାଲିକକୁ ତୁରନ୍ତ ଗିରଫ କରାଯାଉ ବୋଲି କଳିଙ୍ଗ ସେନା ପକ୍ଷରୁ ଦାବି କରାଯାଇଛି । ପରିବାର ସହ ଏପରି ଅଶ୍ଚୀଳ ନୃତ୍ୟ ଦେଖିହେବ ନାହିଁ । ବଲିଉଡ଼୍ ଆଇଟମ୍ ଗର୍ଲ ସନି ଲିୟନିଙ୍କ ଠାରୁ ବି ରାନୀ ବଳିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ପୋଲିସ ଓ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛି କଳିଙ୍ଗ ସେନା । ସବୁକିଛି ଜାଣି ଅଶ୍ଳୀଳତାକୁ କାହିଁକି ରୋକାଯାଉନି ବୋଲି କୁହାଯାଉଛି । ଏପରି ହରକତକୁ କଳିଙ୍ଗ ସେନା କଦାପି ବରଦାସ୍ତ କରିବ ନାହିଁ ।

ଖଣ୍ଡଗିରି ଏକ ଐତିହାସିକ ଓ ଧାର୍ମିକ ପୀଠ । ଏଠାରେ ମୁନି ଋଷିମାନେ ତପସ୍ୟା କରୁଛନ୍ତି । ଏହା ଏକ ସାଧନାର ପୀଠ । ଓଡ଼ିଶାର ଐତିହ୍ୟ ପରମ୍ପରାର ଉତ୍ସ ଖଣ୍ଡଗିରି । ଏପରି ପବିତ୍ର ସ୍ଥାନରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ । ଆଗାମୀ ଦିନରେ ଏପରି ଅଶ୍ଳୀଳ ନୃତ୍ୟ ହେଲେ ପରିସ୍ଥିତି ଭୟାବହ ହେବ । ଦରକାର ପଡ଼ିଲେ ପୁଣି ବିଛୁଆତିର ପ୍ରୟୋଗ କରାଯିବ ବୋଲି କହିଛି କଳିଙ୍ଗ ସେନା ।

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତା ସୀମା ଟପିଛି ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ପରିବାର ଲୋକଙ୍କ ସହ ଏପରି ଅଶ୍ଳୀଳ ନୃତ୍ୟ ଦେଖିହେବ ନାହିଁ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି । ତେବେ ଏ ଅଭିଯୋଗ ପରେ ଆଇଟମ ଗାର୍ଲ ରାଣୀ ପଣ୍ଡା କହିଛନ୍ତି, ମୁଁ ଯାହା କରିଛି ଠିକ କରିଛି । ସେପଟେ ଯାତ୍ରାରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି କମିସନରେଟ ପୁଲିସ ସତ୍ୟଜିତ ମହାନ୍ତି ।

ଗତ ଶନିବାର ଯାତ୍ରାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଆଇଟମ୍ ଡ୍ୟାନ୍ସର ରାନୀ ହଠାତ୍ ଓହ୍ଲାଇଥିଲେ ମଂଚ ତଳକୁ । ଜଣେ ଦର୍ଶକଙ୍କ କାନକୁ କାମୁଡି ଦେଇଥିଲେ । ଶନିବାର ଯାତ୍ରା ସଚିଦାନନ୍ଦରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଚାଲିଛି ଚର୍ଚ୍ଚା । ଅଭିଯୋଗ ଆସୁଛି , ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବି ବଢିବାରେ ଲାଗିଛି । ଚଳିତ ବର୍ଷ ଅଶ୍ଳୀଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଆସିଛିି ଏପରି ଏକ ଅସଦାଚରଣ ଘଟଣା ।