ପଞ୍ଜାବଠାରୁ ପ୍ରତିଶୋଧ ନେଲା କଳିଙ୍ଗ : ୱାରିଅର୍ସକୁ ୬-୫ରେ ହରାଇ ଶୀର୍ଷରେ ଲାନସର୍ସ

20

କନକ ବ୍ୟୁରୋ : ପଞ୍ଜାବଠୁ ପ୍ରତିଶୋଧ ନେଲା କଳିଙ୍ଗ । ୱାରିଅର୍ସକୁ ୬-୫ରେ ହରାଇ ଶୀର୍ଷରେ ଲାନସର୍ସ । ହକି ଇଣ୍ଡିଆ ଲିଗ ମ୍ୟାଚରେ କଳିଙ୍ଗ ଲାନସର୍ସ ପଂଜାବ ୱାରିଅର୍ସକୁ ପ୍ରଥମ ଥର ପାଇଁ ୬-୫ ଗୋଲରେ ପରାସ୍ତ କରିଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚର ପ୍ରଥମ କ୍ୱାଟରରୁ ଘରୋଇଦଳ ବେଶ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରିଥିଲା ।

କ୍ୟାପଟେନ ମୋରିସଙ୍କ ନେତୃତ୍ତ୍ୱରେ ଗୋଟିକ ପରେ ଗୋଟିଏ ଗୋଲ ଦେଇ ପଂଜାବ ୱାରିଅର୍ସକୁ ହତାଶ କରିଦେଇଥିଲେ କଳିଙ୍ଗ ଲାନସର୍ସ । ତେବେ ତୃତୀୟ କ୍ୱାର୍ଟର ପରଠାରୁ ପଂଜାବ ବେଶ ଭଲ ଖେଳ ପଦର୍ଶନ କରିଥିଲା । ଖେଳର ଶେଷ ପର୍ଯ୍ୟାୟରେ ଘରୋଇ ଦଳ ଏହି ମ୍ୟାଚରେ ବାଜିମାତ କରିଥିଲା । ସଂମ୍ପ୍ରତି ୧୫ ପଂଏଟ ରେ ଥିବା କଳିଙ୍ଗ ଲାନସର୍ସ ଏହି ମ୍ୟାଚ ଜିତି ପଂଏଟ ତାଲିକାର ପ୍ରଥମ ସ୍ଥାନରେ ରହିଛି ।