ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନସର୍ସର ଜର୍ସି ଉନ୍ମୋଚନ ଓ ଖେଳାଳିଙ୍କ ନାଁ ଘୋଷଣା

23

କନକ ବ୍ୟୁରୋ : ଚଳିତବର୍ଷ ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନସର୍ସର ଜର୍ସି ଉନ୍ମୋଚନ ସହ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ସାମିଲ ହୋଇ ଫଟୋ ଉଠାଇବା ସହ ନୂଆ ଜର୍ସିକୁ ପ୍ରଦର୍ଶନ କରିଛନ୍ତି । ଜର୍ମାନ ଖେଳାଳି ମୋରିସ ଫ୍ରୁଷ୍ଟେଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ତେବେ ଚଳିତଥର ନୂଆକରି ୨ଜଣ ଖେଳାଳି ଟିମରେ ସାମିଲ ହୋଇଛନ୍ତି । ଆସନ୍ତା ୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ ଦିଲ୍ଲୀ ୱେଭରାଇଡର୍ସ କୁ ଭେଟି କଳିଙ୍ଗ ଲାନସର୍ସ ।