ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନସର୍ସର ବିଜୟ ଧାରା ଜାରି: ଦ୍ୱିତୀୟ ମ୍ୟାଚରେ ରାଂଚି ରେଜକୁ ୪-୨ ଗୋଲରେ କଲା ପରାସ୍ତ

39

କନକ ବ୍ୟୁରୋ : କଳିଙ୍ଗ ଲାନସର୍ସ ତାର ଦ୍ୱିତୀୟ ମ୍ୟାଚରେ ରାଚିଂ ରେଜକୁ ଚାରି ଦୁଇ ଗୋଲରେ ପରାସ୍ତ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଚଆଇଏଲର ଏହି ମ୍ୟାଚଟି ବେଶ ସଂଘର୍ଷପୁର୍ଣ୍ଣ ହୋଇଥିବା ବେଳେ ଘରୋଇ ଦଳ କଳିଙ୍ଗ ଲାନସର୍ସ ଦିତୀୟ ଥର ପାଇଁ ବିଜୟ ଅଭିଯାନ ଜାରିରଖିଛି । ଘରୋଇ ପ୍ରଶଂସକଙ୍କ ଉତ୍ସାହ ଓ ସମର୍ଥନରେ ଲାନସର୍ସ ଏହି ଗୋଲ ଦେବାକୁ ସମର୍ଥ ହୋଇଛି । ଦଳର ଦୁଇ ନମ୍ବର ଖେଳାଳୀ ଟର୍ଣ୍ଣର ଗ୍ଲେନ କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଛି । ତେବେ ଲାନସର୍ସ ଗତବର୍ଷ ରାଚିଂକୁ ହରାଇ ଫାଇନାଲକୁ ଯାଇଥିଲା ।