ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର । କଳିଙ୍ଗ ହସ୍ପିଟାଲକୁ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ଦେଲେ ରାଜ୍ୟ ସରକାର ।

4,993

କନକ ବ୍ୟୁରୋ: ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଦୁର୍ବ୍ୟବହାର କରିବା ପ୍ରସଙ୍ଗ । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ । ଏନେଇ ଗୃହରେ ବିବୃତିି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନବ ଦାସ କହିଛନ୍ତି କି, ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ଦୁର୍ବବ୍ୟହାର ସଂପର୍କରେ ଗତକାଲି ମାନ୍ୟବର ବାଚସ୍ପତି ରୁଲିଂ ଦେଇଥିଲେ । ଏହାର ତତକ୍ଷଣାତ ସ୍ୱାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲି ।

ଉକ୍ତ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଉକ୍ତ ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ତା ୧୯.୦୭.୨୦୧୯ ରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍) ତାଲିକାରୁ ବାଦ୍ ଦିଆଯାଇଛି ।

ସେହିପରି ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ କି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି ସେହିସବୁ ଡାକ୍ତରଖାନା ଗୁଡିକ ଯେପରି ଓଏସଟିଏଫରେ ମାର୍ଗଦର୍ଶିକାକୁ ନିୟମାନୁସାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଏଭଳି ଘଟଣା ଆଗାମୀ ଦିନରେ ପୁନରାବୃତି ଯେପରି ନଘଟେ ସେଥିପାଇଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତଦାରଖ କରିବା ନିମନ୍ତେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।