ଆଜି କାଲିମେଳା ବନ୍ଦ! ଜମି ଅଧିକାର ଦାବି ନେଇ କଂଗ୍ରେସର ଭୂ-ଆନ୍ଦୋଳନ ଜାରି

72

କନକ ବ୍ୟୁରୋ : ୧୨ ଘଂଟିଆ କାଲିମେଳା ବନ୍ଦ । ଭୂ- ଆନ୍ଦୋଳନ ଜୋରଦାର କରିଛି କଂଗ୍ରେସ । ଜମି ଅଧିକାର ଦାବି ନେଇ କାଲିମେଳା ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିବା କଂଗ୍ରେସ ଆଜି କାଲିମେଳା ବନ୍ଦ ପାଳନ କରୁଛି । କଂଗ୍ରେସର ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡି ଚଳାଚଳ ଠପ୍ ହୋଇଯାଇଛି । ଫଳରେ ମାଲକାନଗିରି, ମୋଟୁ ଭଳି ଅଂଚଳକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ତେବେ କାଲିମେଳା ବ୍ଲକରେ ଦୁର୍ନୀତି ଓ ଲାଂଚ କାରବାର ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଗତକାଲି ଶତାଧିକ କଂଗ୍ରେସ କର୍ମୀ କାଲିମେଳା ତହସିଲରେ ଧଶେଇ ପଶିବା ସହ ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ପ୍ରାୟ ୧୨ ଘଂଟା ଧରି ଅଟକ ରଖିଥିଲେ । ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସମସ୍ତ କର୍ମଚାରୀ ମୁକୁଳିଛନ୍ତି ।