କାଲିମେଳା କେସିସି ବ୍ୟାଙ୍କରେ ଚାଷୀଋଣ ଦୁର୍ନୀତି ମାମଲା ! ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ଆଦିବାସୀ ମହାସଂଘ

34

କନକ ବ୍ୟୁରୋ : କାଲିମେଳା କେସିସି ବା କୋରାପୁଟ ଜେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଚାଷୀ ଋଣ ଦୁର୍ନୀତି ମାମଲାରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଆଦିବସୀ ମହାସଂଘ । ମାଲକାନଗିରି ବସଷ୍ଟାଣ୍ଡରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଦୁର୍ନିତିରେ ସଂପୃକ୍ତ ଅଧିକାରୀ ଓ ରାଜନେତାଙ୍କୁ ଗିରଫ ଦାବି କରିଛି ଆଦିବାସୀ ମହାସଂଘ । ବର୍ତ୍ତମାନ ୩ ଜଣ ଅଧିକାରୀଙ୍କୁ ଗିରଫ କରି ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରୁଛି ।