କାଲିମେଳା କେସିସି ବ୍ୟାଙ୍କରୁ ଚାଷୀଋଣ ଦୁର୍ନୀତି ମାମଲା ! ୩ ଅଭିଯୁକ୍ତ ଅଧିକାରୀ ଗିରଫ

51

କନକ ବ୍ୟୁରୋ : ମାଲକାନଗିରି କାଲିମେଳା କେସିସି ବ୍ୟାଙ୍କରେ ଚାଷୀଋଣ ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚକୁ ମିଳିଛି ବଡ ସଫଳତା । ୩ ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି ମୋଟୁ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଭୂତଚାଷୀଙ୍କ ନାଁରେ କିଭଳି କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଂଚ । ଏଥିପାଇଁ ଅଭିଯୁକ୍ତ ବ୍ରାଂଚ୍ ମ୍ୟାନେଜର ରମେଶ ଚନ୍ଦ୍ର ପାରମାଣିକ, ଆକାଉଂଟାଂଟ କିଶୋର ଚନ୍ଦ୍ର ବିଶୋୟୀ, କ୍ୟାସିୟତ ଭୂପେନ୍ଦ୍ର ନାରାୟଣ ମହାନ୍ତିଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ କରିଛି କ୍ରାଇମବ୍ରାଂଚ । କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାଲିମେଳା ଶାଖାରୁ କିଭଳି ଭୂତଚାଷୀଙ୍କ ନାଁରେ ଋଣ ଟଙ୍କା ହରିଲୁଟ୍ ହୋଇଥିଲା ସେନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।