ବେକାବୁ ଜାପାନୀ ଜ୍ୱର : ୫୦ ଦିନରେ ଆଖି ବୁଜିଲେଣି ୭୫ ଶିଶୁ

28

କାଲିମେଳା : ନିୟନ୍ତ୍ରଣକୁ ଆସୁନି ଜାପାନୀ ଏନସେଫାଲାଇଟିସ୍ । ଆଜି ମାଲକାନଗିରିରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ ଗୌାରୀଗୁଡା ଗାଁର ୫ ବର୍ଷୀୟା ଶିଶୁପୁତ୍ର ଭୀମା ମାଡୀ । ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଭୀମାର ମୃତ୍ୟୁ ହୋଇଛି । ଫଳରେ ୫୦ ଦିନରେ ମୃତ୍ୟୁସଂଖ୍ୟା ୭୫ରେ ପହଂଚିଛି ।