କାଳିଆ ଯୋଜନାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ! ନିରଜଂନଙ୍କ ପ୍ରତିକ୍ରିୟାର ଜବାବ ଦେଲେ ଶଶୀଭୂଷଣ

ନିରଜଂନଙ୍କ ପ୍ରତିକ୍ରିୟାର ଜବାବ ଦେଲେ ଶଶୀଭୂଷଣ

99

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା କାଳିଆ ଯୋଜନାକୁ ନେଇ କାଳିଆ ଯୋଜନାକୁ ନେଇ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।  ନିରଞ୍ଜନ କହିଛନ୍ତି ଯେ , ଅଂଟିରେ ନାହିଁ ଧନ ପୁଅ ବାହା କରିବାକୁ ମନ ।  କାଳିଆକୁ ଉପାସ ରଖି  ତାଙ୍କ ନାଁରେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ସରକାର ।  ଏହା ନାବାର୍ଡର ପୁରୁଣା ଯୋଜନା ଥିଲା ।  ଆମେ ଘୋଷଣା କରିଥିବା ଯୋଜନା ସହ ଏହା କଣ ସମକକ୍ଷ ହେବ । ୧୮ ବର୍ଷରେ  ସରକାର  ଅନେକ ଋଣ କରିସାରିଲେଣି । ଏବେ ରବି ଓ ଖରିଫ ଉଭୟ ଚାଷ ନାହିଁ , କାଳିଆ ଯୋଜନା ଟଙ୍କା କାହା ପାଇଁ ଦେବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।  ପ୍ରଥମେ ବିଧାନସଭାରେ କହିଥିବା ସର୍ବନିମ୍ନ  ସହାୟକ ମୂଲ୍ୟ ଚାଷୀଙ୍କୁ  ଦେବା ବନ୍ଦୋବସ୍ତ କରନ୍ତୁ ।  ନିର୍ବାଚନ ଥିବାରୁ ଚାଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

 

ତେବେ କାଳିଆ ଯୋଜନାକୁ ନେଇ ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ସେ କହିଛନ୍ତି,  ହତାଶ ହୋଇ ବିରୋଧୀ ଏଭଳି ବିବୃତି ଦେଉଛନ୍ତିା  କାଳିଆ ଯୋଜନାକୁ ବିରୋଧୀ ଭଲ ଭାବରେ ବୁଝନ୍ତୁ । ଏହି ଯୋଜନାରେ ବିଭ୍ରାନ୍ତି ଓ ଅପପ୍ରଚାର  କରିବାର ସୁଯୋଗ ନାହିଁ ।  ଯୋଜନାକୁ ନେଇ ବିରୋଧୀଙ୍କ ମନରେ ଭୟ ରହିଛି ।  ଯୋଜନାରେ ୩୬ ଲକ୍ଷ ଚାଷୀ ଉପକୃତ ହେବେ  । ଛୋଟ  ଓ କ୍ଷୁଦ୍ର ଚାଷୀ ସିଧାସଳଖ ସହାୟତା ପାଇବେ ।  ଦେଢମାସ ଭିତରେ ଏହା କାର୍ଯ୍ୟକାରୀ ହେବ ।  ଖରିଫ ଓ ରବି ଫସଲ ପାଇଁ ୫ ହଜାର ଲେଖାଁଏ ସହାୟତା ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ଏହାସହ ସରକାର ଚାଷୀମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି । ତେଣୁ ଯୋଜନାର ସଫଳ ରୂପାୟନ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।