ଜେଲ ଗଲେ ଯୈାନ ନିର୍ଯାତନାକାରୀ କାଳିଆ ସାର୍ ! ନୟାଗଡ କଲେଜ ଛାତ୍ରୀଙ୍କ ସହ ଜୋରଜବରଦସ୍ତ ରଖୁଥିଲେ ଅନୈତିକ ସମ୍ପର୍କ

59

କନକ ବ୍ୟୁରୋ : ପୁଲିସ ହେପାଜତରେ ମୁହଁ ନୟାଗଡ ସେକ୍ସ ସ୍କାଣ୍ଡାଲ ମୁଖ୍ୟ ସୂର୍ଯ୍ୟମଣି ପ୍ରଧାନ ଓରଫ କାଳିଆ ସାର୍ । ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ କାଳିଆସାର କଲେଜ ଛାତ୍ରୀଙ୍କ ସହ ଜୋର ଜବରଦସ୍ତ ଅନୈତିକ ସମ୍ପର୍କ ରଖୁଥିଲେ । କାଳିଆ ସାରଙ୍କ ପତ୍ନୀ ଜଣେ କଲେଜ ଛାତ୍ରୀଙ୍କୁ ଫୋନ୍ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

ଏନେଇ ପ୍ରଥମେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣର ୨୪ ଘଂଟା ଭିତରେ ନିଜ ଆଡୁ ମାମଲା ରୁଜୁ କରି କାଳିଆ ସାରଙ୍କୁ ଗିରଫ କରିଛି ପୁଲିସ । ଏହା ସହ ଅଭିଯୋଗର ସତ୍ୟତା ଥିବା ବି ଜଣା ପଡିଛି ।

କାଳିଆ ସାରଙ୍କ କଳାକାରନାମା ଏତିକିରେ ସରି ନଥିଲା । କାଳିଆ ସାରଙ୍କୁ ଗିରଫ କରିବା ପରେ ଜଣା ପଡିଥିଲା ଶିକ୍ଷକତା କରୁଥିବା ଏହି ବ୍ୟକ୍ତି ଜଣକ ବହୁ ବେଆଇନ କାରବାରରେ ସମ୍ପୃକ୍ତ । ସୂର୍ଯ୍ୟମଣି ପ୍ରଧାନ ଓରଫ କାଳିଆ ସାର୍ଙ୍କ ମାଲିକାନାରେ ଥିବା ହୋଟେଲରେ ପୁଲିସ, ଅବକାରୀ ବିଭାଗ ଓ ନୟାଗଡ ପ୍ରଶାସନର ୧୨ଟି ଟିମ୍ ଆଜି ଚଢାଉ କରିଛନ୍ତି ।

ହୋଟେଲ ଭିତରୁ ବହୁ ସଂଖ୍ୟାରେ ବେଆଇନ ମଦ ଜବତ ହେବା ସହ ଜଣାପଡିଛି ବିନା ଲାଇସେନ୍ସରେ ଚାଲିଥିଲା କାଳିଆ ସାରଙ୍କ କଳାକାରବାର । ଏସବୁ ଭିତରେ ସବୁଠାରୁ ବହ ପ୍ରଶ୍ନ ହେଉଛି କଲେଜ ଭିତରେ ଚାଲିଥିବା ସେକ୍ସ ସ୍କାଣ୍ଡାଲକୁ କଲେଜ କତ୍ତୃପକ୍ଷ ଜାଣିପାରିଲେ ନାହିଁ କେମିତି?