ଆସନ୍ତା ୧୫ରେ ମିଳିବ ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ! ୨୨ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଂଟକୁ ଯିବ ଟଙ୍କା

ଦ୍ୱିତୀୟ ପର୍ଯ୍ୟାୟରେ ୧୩ରୁ ୧୪ ଲକ୍ଷ ହିତାଧିକାରୀ ହେବେ ଉପକୃତ

2,051

କନକ ବ୍ୟୁରୋ : ଆସନ୍ତା ୧୫ରେ ମିଳିବ କାଳିଆ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ୧୫ରେ ଭୁମିହୀନ ଚାଷୀଙ୍କ ଆକାଉଂଟକୁ ଟଙ୍କା ଯିବ । ସାଢେ ୪ ଲକ୍ଷ ଭୁମିହୀନ ଚଷୀଙ୍କୁ ମିଳିବ କାଳିଆ ଟଙ୍କା । ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ । ୧୩ରୁ ୧୪ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ପ୍ରଥମେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ମିଳିବ । ସମୀକ୍ଷା ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ପ୍ରଥମ ପର୍ଯ୍ୟାୟରେ ପ ୧୨ ଲକ୍ଷ ୪୫ ହଜାର ଭୂମୀହିନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କାଳିଆ ଯୋଜନାରୁ ଉପକୃତ ହୋଇଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖରେ ୫ ହଜାର ଟଙ୍କା ପହଞ୍ଚିସାରିଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନା ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।